ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର ମୂଲ୍ୟ ପାଖାପାଖି ୯୫ ଡଲାରରେ ପହଞ୍ଚିଛି। ଅର୍ଥନୀତିଜ୍ଞମାନେ ଆଶା କରୁଛନ୍ତି ଯେ ଏହି ଦର କିଛି ସପ୍ତାହ ମଧ୍ୟରେ ବ୍ୟାରେଲ ପିଛା ୧୦୦ଡଲାର ଅତିକ୍ରମ କରିବ। କାରଣ ୨୦୨୩ ଡିସେମ୍ବର ସୁଦ୍ଧା ସାଉଦି ଆରବ ଓ ଋଷିଆ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଲିବ୍ୟାର ପ୍ରଳୟଙ୍କରୀ ଝଡ଼ ଏବଂ ଚାଇନା ଭଳି ଦେଶଗୁଡ଼ିକର ଚାହିଦା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବ। ଯେଉଁଥିପାଇଁ ଭାରତ ଭଳି ବିକାଶଶୀଳ ଦେଶ ଆଗକୁ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି।ଅନ୍ୟପକ୍ଷରେ, ଆମେରିକାରେ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ହେତୁ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ମୁଦ୍ରାସ୍ଫୀତି ଓ ଅଶୋଧିତ ତୈଳ ପ୍ରସଙ୍ଗକୁ ନେଇ ଯଦି ଆମେରିକା ଆଗକୁ ଆସେ ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହେବ ନା ମହଙ୍ଗା ସେ ନିଷ୍ପତ୍ତି ନେବ।ବର୍ତ୍ତମାନ, ଆମେରିକା ହେଉଛି ଏକମାତ୍ର ଦେଶ ଯିଏକି ବର୍ତ୍ତମାନ ତଥା ଭବିଷ୍ୟତର ଅଶୋଧିତ ତୈଳ ଦର ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଆମେରିକା ମଧ୍ୟ ଅଶୋଧିତ ତୈଳ ରପ୍ତାନୀକାରୀ। କିନ୍ତୁ ଜୋ ବାଇଡେନ କ୍ଷମତାକୁ ଆସିବା ପରଠାରୁ ଆମେରିକାରେ ତେଲ ଉତ୍ପାଦନ ହ୍ରାସ ପାଇଛି। ବର୍ତ୍ତମାନ ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେରିକା ଏହାର ଉତ୍ପାଦନ ବୃଦ୍ଧି କରିବ ବୋଲି ଅର୍ଥନୀତିଜ୍ଞମାନେ କଳ୍ପନା କରୁଛନ୍ତି। ଯଦି ଆମେରିକା ଏହି ବିଷମ ପରିସ୍ଥିତିରେ ଉତ୍ପାଦନ ବୃଦ୍ଧି କରେ ଏବଂ ସେହି ଦେଶମାନଙ୍କରୁ ତେଲ ବିକ୍ରୟ ଉପରେ ପ୍ରତିବନ୍ଧକ ହଟାଇବା ପ୍ରକ୍ରିୟା ଆରମ୍ଭ କରେ, ତେବେ ପରିସ୍ଥିତି ସ୍ବୟଂଚାଳିତ ଭାବରେ ଅନୁକୂଳ ହୋଇଯିବ।
Trending
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ