ଭାରତକୁ ଏମିତି ପ୍ରଶ୍ନ କଲା ଆମେରିକାର ! ଚୀନ୍ ଆକ୍ରମଣ କଲେ ଭାରତ ପଛରେ ଠିଆ ହେବ କି ଋଷ ?
ମେଟ୍ରୋ ଓଡିଶା (୧ .୪.୨୦୨୨) :
ଭାରତକୁ ଆମେରିକାର ପ୍ରଶ୍ନ । ଚୀନ ଆକ୍ରମଣ କଲେ ଭାରତ ପଛରେ ଠିଆ ହେବ କି ଋଷ ? ଏପରି ପ୍ରଶ୍ନ କରିଛନ୍ତି ଆମେରିକୀୟ ଊପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲୀପ ସିଂ। ଋଷ ଉପରେ ନିର୍ଭର କରିବା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ। ୟୁକ୍ରେନ ଯୁଦ୍ଧ ପରେ ଋଷର ଅର୍ଥନୀତି ଦୁର୍ବଳ ହୋଇଯିବ। ଯାହାଫଳରେ ଋଷ ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇପଡିବ। ଯାହା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ । ଚୀନ ଯଦି ଭବିଷ୍ୟତରେ ଭାରତ ଉପରେ ଆକ୍ରମଣ କରେ ତେବେ ଋଷ କଣ ଭାରତ ପଛରେ ଠିଆ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ଦଲ୍ଲୀପ ସିଂ।

ଭାରତକୁ ପରୋକ୍ଷରେ ଚେତବାନୀ ଦେଇଛନ୍ତି ଦଲୀପ ସିଂ। ଯଦି ଭାରତ ସମେତ କୌଣସି ରାଷ୍ଟ୍ର ରୁଷିଆ ସହିତ କାରବାର କରନ୍ତି, ଏଥିପାଇଁ ପରିମାଣ ଭୋଗିବାକୁ ପଡିବ। ଋଷ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇଁ ଆମେରିକା ସହାୟତା କରିବ ବୋଲି ସେ କହିଛନ୍ତି। ଆମେରିକା ଓ ଋଷ ଭଳି ଦୁଇ ମହାଶକ୍ତିକୁ ନେଇ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଛି ବିଶ୍ୱ। ଋଷ ବିପକ୍ଷରେ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ସମେତ ବ୍ରିଟେନ ଆଦି ରାଷ୍ଟ୍ର ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି।