ମସ୍କ ଏଭଳି ସମୟରେ ଭାରତ ଆସୁଛନ୍ତି, ଯେତେବେଳେ ଟେସ୍ଲାର ପ୍ଲାଣ୍ଟ ପାଇଁ ସ୍ଥାନ ଖୋଜିବା ଏବଂ ବ୍ୟବସାୟ ପ୍ରତିଷ୍ଠା ପାଇଁ ଦେଶର ବଡ଼ ବ୍ୟବସାୟ ଗୋଷ୍ଠୀ ସହ ସହଭାଗିତା ଭଳି ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ମସ୍କଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଭାରତ ଆସିବାକୁ ନେଇ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଅପେକ୍ଷା ରହିବ । ଗତ ବର୍ଷ ହିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମସ୍କ ତାଙ୍କୁ ଭେଟିଥିଲେ । ଏହି ସମୟରେ ମିଡିଆ ସହ କଥାବର୍ତ୍ତା ହୋଇ କହିଥିଲେ ଯେ, ଟେସଲା ଭାରତ ନିଶ୍ଚିତ ଆସିବେ ।ସମାଚାର ଏଜେନ୍ସି ରଏଟର୍ସଙ୍କ ରିପୋର୍ଟ ମୁତାବକ, ଏଲନ ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଭେଟ ୨୨ ଏପ୍ରିଲରେ ନୂଆଦିଲ୍ଲୀରେ ହୋଇପାରେ । ଏହା ପରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଟେସଲା ଭାରତରେ ବ୍ୟବସାୟୀ ସହଭାଗୀକୁ ଖୋଜୁଛନ୍ତି । ଏହି ରିପୋର୍ଟ ଅନୁ୍ାୟୀ, ଏଥିପାଇଁ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ସହ ଜଏଣ୍ଟ ବେଞ୍ଚର ହେବା ପାଇଁ କଥାବର୍ତ୍ତା କରୁଛନ୍ତି । ଏହା ବ୍ୟତୀତ ଫାଇନାନସିଆଲ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଏଲନ ମସ୍କ ଭାରତରେ ଏପ୍ରିଲରେ ନିଜ ଟିମକୁ ପଠାଇବେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post