ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନକୁ ଅଟକ ରଖାଯାଇଛି। ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ ପାଣ୍ଠି ନ ମିଳେ ତେବେ ଆଗକୁ ଉଡାଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ। ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲା। ଏଥିପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା। ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜଣେ ବରିଷ୍ଠ ନିର୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ଗନ୍ତବ୍ୟରେ ୨୩ଟି ବିମାନ ଉଡାଣ କରୁଥିଲା।ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି। ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ଯନ୍ତ୍ରାଂଶ ଦେବାକୁ ମନା କରିଦେଇଛନ୍ତି କମ୍ପାନୀମାନଙ୍କ ଯନ୍ତ୍ରାଂଶ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଏୟାର ଲାଇନ୍ସ ଖୁବ୍ କମ୍ ଉଡାଣ ସଞ୍ଚାଳନ କରୁଥିବା ବେଳେ କମ୍ପାନୀର ଦୈନିକ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post