ବାତ୍ୟା ‘ମୋକା’: ୮୧ ଲୋକଙ୍କ ମୃତ୍ୟୁ

ବାତ୍ୟା ‘ମୋକା’ ପ୍ରଭାବରେ ବାଲାଂଦେଶ ଏବଂ ମିଆଁମାରରେ ବ୍ୟାପକ କ୍ଷତି ହୋଇଛି ।  ବାତ୍ୟାରେ ୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣଙ୍କର ପତ୍ତା ମିଳୁନାହିଁ ।ଅନେକ ଘର ମାଟିରେ ମିଶିଯାଇଥିବାରୁ  ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଅନେକ ନିଖୋଜଙ୍କୁ  ଘର ଭିତରେ ମୃତ ପଡ଼ିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଛି ।  ରବିବାର ଦିନ ବାଂଲାଦେଶ ଓ ମିଆଁମାର ମଝିରେ ସ୍ଥଳଭାଗ ଛୁଇଁଥିଲା ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।