ଭାରତ ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା କୁହାଯାଉଥିବା ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସମଗ୍ର ବାଂଲାଦେଶ ଏବେ ଅଶାନ୍ତ। ହାଦିଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରୁଥିବା ଖବର ମିଳିଛି। ବାଂଲାଦେଶରେ ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଚରମ ସୀମାରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତିରେ ବାଂଲାଦେଶର ଦୁଇ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ପ୍ରଥମ ଆଲୋ’ ଏବଂ ‘ଦି ଡେଲି ଷ୍ଟାର୍’ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ସାରା ବିଶ୍ୱକୁ ଚକିତ କରିଦେଇଛି। ବିଶୃଙ୍ଖଳ ଜନତା ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।କରୱନ ବଜାର ସ୍ଥିତ ‘ଦି ଡେଲି ଷ୍ଟାର୍’ ଅଫିସ୍ ଉପରେ ଆକ୍ରମଣ ସମୟରେ ପ୍ରାୟ ୨୫ ଜଣ ସାମ୍ବାଦିକ ପ୍ରାୟ ୪ ଘଣ୍ଟା ଧରି ଭୟଙ୍କର ସ୍ଥିତିରେ ଫସି ରହିଥିଲେ। ସାମ୍ବାଦିକମାନେ ଅନ୍ଲାଇନରେ ଜରୁରୀ ମେସେଜ୍ ପୋଷ୍ଟ କରି ସାହାଯ୍ୟ ମାଗୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ‘ପ୍ରଥମ ଆଲୋ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସଜ୍ଜଦ ସରିଫ ଏହାକୁ ବାଂଲାଦେଶ ଗଣମାଧ୍ୟମ ପାଇଁ ଏକ ‘ଘନ ଅନ୍ଧାର ରାତି’ ବୋଲି ବର୍ଣ୍ଣନା କରିଛନ୍ତି। ୧୯୯୮ ମସିହାରୁ ଏହି ପତ୍ରିକା ପ୍ରକାଶ ପାଇବା ପରଠାରୁ ପ୍ରଥମ ଥର ପାଇଁ ଆଜି ଖବରକାଗଜ ଛପା ହୋଇପାରିନାହିଁ କିମ୍ବା ଅନଲାଇନରେ ଖବର ପୋଷ୍ଟ କରାଯାଇନାହିଁ।ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ହଜାର ହଜାର ବିଶୃଙ୍ଖଳ ଜନତା ‘ଦି ଡେଲି ଷ୍ଟାର୍’ର କରୱନ ବଜାର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ଭଙ୍ଗାରୁଜା କରୁଛନ୍ତି। ଆକ୍ରମଣ ସମୟରେ ପ୍ରାୟ ୨୫ ଜଣ ସାମ୍ବାଦିକ ଅଫିସ୍ ଭିତରେ ଫସି ରହିଥିଲେ। ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏହି ତାଣ୍ଡବ ମଧ୍ୟରେ ସାମ୍ବାଦିକମାନେ ଅନ୍ଲାଇନ୍ ଜରିଆରେ ଜରୁରୀ ସହାୟତା ପାଇଁ ନିବେଦନ କରିଥିଲେ। ଦୁର୍ବୃତ୍ତମାନେ ଅଫିସର ଆସବାବପତ୍ର ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post