ବନ୍ଦ କୋଠରୀରେ ବାଘ ସହ୨ ଘଣ୍ଟା
ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :
ନିଜର ମୃତ୍ୟୁକୁ ଯିଏ ଅତି ନିକଟରୁ ଦେଖିଛି ସେ ହିଁ ଜାଣିଛି ଏହା କେତେ ଭୟଙ୍କର। ପୁଣି ଏପରି ପରିସ୍ଥିତିରୁ ବଞ୍ଚିବାର ସଂଘର୍ଷ ଆହୁରି କଷ୍ଟ। ନିକଟରେ ଏମିତି କିଛି ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲା ସୋଲମାରି ଅଞ୍ଚଳରେ। ଜଣେ ୧୫ ବର୍ଷର ଝିଅ ରେଣୁ ମାଝି ପ୍ରାୟ ୨ ଘଣ୍ଟା ଗୋଟେ ଏକ ବନ୍ଦ କୋଠରୀରେ ଫସିରହିଥିଲେ କାଲରାପତରିଆ ବାଘ ସହ। ଏହି ସମୟ ତାଙ୍କ ଜୀବନର ସବୁଠୁ ସଂଘର୍ଷମୟ ସମୟ ଥିବା ସେ ନିଜେ କହିଛନ୍ତି।

ଏହି ଘଟଣା ଘଟିଥିଲା ଫେବୃଆରୀ ୧୪ ତାରିଖରେ। ସକାଳ ପ୍ରାୟ ୧୦ ରେ ସେ ତାଙ୍କ ଘରେ ଥିବା ବେଳେ ହଠାତ୍ କାଲରାପତରିଆ ବାଘ ତାଙ୍କ ଘର ପାଖରେ ଦେଖାଯାଇଥିଲ। ଏହା ପରେ ସେହି ବାଘକୁ ହଟାଇବା ପାଇଁ ସ୍ଥାନୀୟ ଲୋକ ଚିଲାଇ ଥିଲେ। ପରେ ରେଣୁଙ୍କ ଘରେ ସେ ତାଙ୍କ ପରିବାରର ୭ ଜଣଙ୍କ ସହ ବସିଥିବା ବେଳେ ହଠାତ୍ ବାଘ ଘର ଭିତରକୁ ପଶିଯାଇଥିଲା। ଏହା ପରେ ଅନ୍ୟମାନେ ଦୌଡ଼ି ବାହାରକୁ ପଳାଇଥିଲେ କିନ୍ତୁ ରେଣୁ ଏମିତି ସ୍ଥାନରେ ଥିଲେ ଯେ ତାଙ୍କ ପାଇଁ ବାହାରିବା ଅସୁବିଧା ଥିଲା । ହେଲେ ଅନ୍ୟ ଲୋକ ଭାବିଲେ ଯେ ରେଣୁ ବାହାରକୁ ଚାଲି ଆସିଛନ୍ତି ତେଣୁ ଫରେଷ୍ଟ ଗାର୍ଡ ନଆସିବା ପର୍ଯ୍ୟନ୍ତ ଲୋକମାନେ କାଲରାପତରିଆ ବାଘ ପଶିଥିବା ଘରେ ତାଲା ପକାଇଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା ରେଣୁ ସେହି ଘରେ ଅଛନ୍ତି ବୋଲି। ରେଣୁଙ୍କ କହିବା କଥା, ବାଘ ତାଙ୍କ ଆଗରେ ହିଁ ଖଟ ଉପରେ ବସିଥିଲା । ସେ ନିଜକୁ ବଞ୍ଚାଇବାକୁ ଯାଇ ପ୍ରଥମେ ବାଘ ତାଙ୍କୁ ଦେଖିବା ପୂର୍ବରୁ ସେ ନିଜକୁ ଏକ ଅଲ୍ମିରା ଭିତରେ ଲୁଚାଇ ରଖିଥିଲେ । ସେହି ସମୟରେ ତାଙ୍କ ସହ ଅନେକ କିଛି ଘଟିଥିଲା, ଏମିତିକି ସେହି ଦିନ ତାଙ୍କ ଜୀବନର ଶେଷ ଦିନ ବୋଲି ସେ ଭାବିଥିଲେ। ସେ ଚାହିଁ ମଧ୍ୟ କାହାକୁ ଫୋନ୍ କରିପାରିନଥିଲେ କି ଡାକି ପାରୁନଥିଲେ।

କିନ୍ତୁ ସେ ଲୁଚିଯାଇଥିବାରୁ ତାଙ୍କ ତାଙ୍କ ଜୀବନ ବଞ୍ଚି ଯାଇଛି। ଲୋକମାନେ ଯେତେବେଳେ ଜାଣିଥିଲେ ଯେ ସେ ରୁମ୍ ଭିତରେ ଅଛନ୍ତି ତାଙ୍କ ଘର ଝରକାକୁ ଏକ ଲମ୍ବା ସିଡି ଲଗାଇଥିଲେ। ଝରକା ପାଖରେ ଅଲ୍ମିରା ଥିବାରୁ ଚିତା ବାଘର ନଜର ତାଙ୍କ ଉପରେ ପଡ଼ିବା ପୂର୍ବରୁ ହିଁ ସେ ସିଡି ଦେଇ ସେହି ରୁମ୍ ରୁ ବାହାରି ଯାଇଥିଲେ। ତେବେ ସେ ନିଜ ସାହାସ ପାଇଁ ହିଁ ନିଜ ବଞ୍ଚାଇ ପାରିଛନ୍ତି। ତେଣୁ ତାଙ୍କୁ ୱେଷ୍ଟର୍ଣ୍ଣ ଆସାମୱାଇଲ୍ଡଲାଇଫ ଫରେଷ୍ଟ ଅଫିସର ପ୍ରଞ୍ଜଲ୍ ଶର୍ମା ନିଜ ବାହାଦୂରୀ ପାଇଁ ପ୍ରଶଂସା କରିଛନ୍ତି।