ବଢିଲା ନୋବେଲ ପୁରସ୍କାର ରାଶି

ନୋବେଲ ଫାଉଣ୍ଡେସନର ବଡ଼ ଘୋଷଣା

୨୦୨୩ ବର୍ଷ ପାଇଁ ନୋବେଲ ବିଜେତାଙ୍କୁ ଅତିରିକ୍ତ ୧୦ ଲକ୍ଷ କ୍ରୋନର୍‌ ମିଳିବ। ଏଭଳି ନିଷ୍ପତି ନେଇ ଶୁକ୍ରବାର ଦିନ ଘୋଷଣା କରିଛି ନୋବେଲ ଫାଉଣ୍ଡେସନ। ଏହା ସମୁଦାୟ ଆର୍ଥିକ ପରିମାଣ ୧.୧କୋଟି ସ୍ଵିଡେନ କ୍ରୋନର (୯.୮୬ ଲକ୍ଷ ଡଲାର) ହୋଇଯିବ। ନୋବେଲ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ କହିଛନ୍ତି ଯେ ଫାଉଣ୍ଡେସନର ଦୃଢ ଆର୍ଥିକ ସ୍ଥିତିକୁ ପ୍ରତିଫଳିତ କରିବାକୁ ସେମାନେ ଚଳିତ ବର୍ଷ ପରିମାଣ ବୃଦ୍ଧି କରୁଛନ୍ତି। ୨୦୧୨ରେ ପୁରସ୍କାର ରାଶି ୧ କୋଟି କ୍ରୋନର୍‌ରୁ ୮୦ ଲକ୍ଷକୁ ହ୍ରାସ କରାଯାଇଥିଲା। ସେହିପରି ୨୦୧୭ରେ ଏହାକୁ ୯୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ଶେଷରେ ୨୦୨୦ରେ ଏହାକୁ ୧ କୋଟି କରାଯାଇଥିଲା।