ଚେକ୍ ଗଣତନ୍ତ୍ରର ପ୍ରେଗ୍ସ୍ଥିତ ଏକ ବିଶ୍ବବିଦ୍ୟାଳୟରେ ଆଜି ବଡ଼ଧରଣର ଗୁଳିକାଣ୍ଡ ହୋଇଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। କେନ୍ଦ୍ରୀୟ ପ୍ରେଗ୍ସ୍ଥିତ ଚାର୍ଲସ ବିଶ୍ବବିଦ୍ୟାଳୟ କୋଠାରେ ପଶି ଜଣେ ବ୍ୟକ୍ତି ଆଖିବୁଜା ଗୁଳିଚାଳନା କରିବା ଫଳରେ ଏଭଳି ସ୍ଥିତି ଉପୁଜିଛି। ତେବେ ଆକ୍ରମଣକାରୀକୁ ପୁଲିସ ନିପାତ କରିଥିବା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍ କରିଛି। ସଂପ୍ରତି କୋଠାରୁ ଲୋକମାନଙ୍କୁ ବାହାର କରାଯାଉଛି। ଘଟଣାସ୍ଥଳରେ ଅନେକ ମୃତ ଓ ଆହତ ବ୍ୟକ୍ତି ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ୩ ଡଜନରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ୧୦ ଜଣ ଗୁରୁତର ଆହତଙ୍କୁ ପୁଲିସ ସେଠାରୁ ଉଦ୍ଧାର କରିଛି।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି