ଚାଇନା ଏବଂ ବିଶ୍ୱର ସବୁଠାରୁ ବଡ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ବିକ୍ରି ହେବାକୁ ଯାଉଛି । ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ କଂପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ୨୪ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି। ଚାଇନା ର ଷ୍ଟକ ବଜାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯୁବପିଢ଼ିଙ୍କ ମଧ୍ୟରେ ବେକାରି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପରିସ୍ଥିତିକୁ ଲୁଚାଇବା ପାଇଁ ଚୀନ ସରକାର ଉଦ୍ୟମ କରୁଛନ୍ତି ।ଏଭରଗ୍ରାଣ୍ଡ ବିକ୍ରି ଯୋଗୁଁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ ବଡ଼ ଝଟକା ଲାଗିଛି। ଗତ ତିନି ବର୍ଷ ମଧ୍ୟରେ ୫୦ରୁ ଅଧିକ ଚାଇନିଜ୍ ରିଅଲ୍ ଇଷ୍ଟେଟ୍ ଡେଭଲପର୍ ଋଣ ପରିଶୋଧ ରେ ଅବହେଳା କରିଛନ୍ତି। ସୋମବାର କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭରଗ୍ରାଣ୍ଡର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି। ଏହାପରେ ଷ୍ଟକ ଏକ୍ସଚେଞ୍ଜରେ ସେୟାର କାରବାର ବନ୍ଦ ହୋଇଯାଇଥିଲା ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post