ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡ ଗସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ତାଙ୍କୁ ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ବାଗତ କରିଥିଲେ। ପୋଲାଣ୍ଡ ଗସ୍ତ ଅବସରରେ ମୋଦୀ ପୋଲାଣ୍ଡର ରାଷ୍ଟ୍ରପତି ଏଣ୍ଡ୍ରେଜ୍ ସେବାସ୍ତିଆନ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ୱାରସାରେ ମୋଦୀ ସ୍ମାରକ ସ୍ଥଳ ବୁଲିବେ ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରାୟ ୨୫ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ମୋଦୀ ସମ୍ବୋଧିତ କରିବେ। ଆଜି ମୋଦୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ହୋଟେଲରେ ସେ ପହଞ୍ଚିବାପରେ ସେଠାରେ ତାଙ୍କୁ ଭାରତୀୟ ବଂଶୋଦ୍ଭବମାନେ ଜୋରଦାର ସ୍ବାଗତ କରିଥିଲେ। ମୋଦୀ ପୋଲାଣ୍ଡର ସଂସ୍କୃତି ଏବଂ ଚଳଣିକୁ ବୁଝିବାପାଇଁ ପୋଲାଣ୍ଡ ନାଗିରକଙ୍କ ସହ ମଧ୍ୟ କଥା ହେବେ। ଆସନ୍ତାକାଲି ରାତିରେ ମୋଦୀ ୟୁକ୍ରେନ ଗସ୍ତରେ ବାହାରିବେ। ୨୩ ତାରିଖରେ ମୋଦୀ ୟୁକ୍ରେନ ରାଜଧାନୀ କିବ୍ରେ ପହଞ୍ଚିବେ। କିବ୍ରେ ମୋଦୀ ପାଖାପାଖି ୭ ଘଣ୍ଟା ରହିବା କାର୍ଯ୍ୟକ୍ରମ ରହିଛି।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post