ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି । ପେନ୍ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ ଏବେ ବିପଦ ମୁକ୍ତ ରହିଛନ୍ତି । ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି ।ସୂଚନା ଥାଉକି, ଆମେରିକାରେ ନଭେମ଼୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ଆମେରିକା ନାଗରିକଙ୍କ ଚିନ୍ତା ବଢ଼ାଇଛି।