ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି। ପୁଟିନ୍ଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୀଙ୍କ ବିୟୋଗ ତାଙ୍କୁ ଆଶ୍ଚର୍ଯ୍ୟ କରିନାହିଁ ବରଂ କ୍ରୋଧରେ ଭରି ଦେଇଛି ବୋଲି ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି କହିଛନ୍ତି। ବାଇଡେନ ନାଭାଲନିଙ୍କ ବିଷୟରେ କହିଛନ୍ତି, “ସେ ଦୁର୍ନୀତି, ହିଂସା ଏବଂ ପୁଟିନ୍ ସରକାରଙ୍କ ସମସ୍ତ ଦୁର୍ନୀତି ବିରୋଧରେ ସାହସିକତାର ସହ ଠିଆ ହୋଇଥିଲେ। ନାଭାଲନୀଙ୍କ ମୃତ୍ୟୁ ପାଇଁ ପୁଟିନ୍ ଦାୟୀ।ଶୁକ୍ରବାର ଦିନ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ନେଇ ରୁଷଜେଲ ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଙ୍କୁ ୪୭ ବର୍ଷ ହୋଇଥିଲା। ଇଣ୍ଟରନେଟରେ ରେ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ନଭାଲନୀ ଚାଲିବାର କିଛି ସମୟ ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ନାଭାଲନିଙ୍କ ପାଖକୁ ଦୌଡ଼ି ଆସିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଗଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post