ପାକିସ୍ତାନରେ ନିର୍ବାଚନକୁ ନେଇ ଅ।।ମେରିକା ଏବେ ପ୍ରଶ୍ନ ଉଠାଇଛି । ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ସାଂସଦ ରାଜନୈତିକ ହିଂସା, ସେଲ୍ ଫୋନ୍ ବନ୍ଦ କରାଯିବା ଓ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକୁ ନେଇ ନିନ୍ଦା କରିଛି ।ପାକିସ୍ତାନରେ ନିର୍ବାଚନ ହିଂସା ଓ ଏହାର କାଙ୍ଗାଳ ଅର୍ଥବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଛି । ପୁରା ଦିନ ମୋବାଇଲ ଫୋନ୍ ସେବା ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ଫଳରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ କେହି ବି ନିର୍ବାଚନ ବିଷୟରେ କିଛି ବି ଖବର ପାଇପାରିଲେ ନାହିଁ । ଏହା ସତ୍ତ୍ୱେ ଲୋକମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଲେ । କିନ୍ତୁ ନୱାଜ ସରିଫଙ୍କ ଦଳକୁ ଛାଡି ସବୁ ଦଳ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାରି ମଧ୍ୟରେ ଆମେରିକା ପାକିସ୍ତାନ ଉପରେ ବଡ ଅଭିଯୋଗ ଲାଗାଇଛି । ଆମେରିକା କହିଛି ପାକିସ୍ତାନରେ ନିର୍ବାଚନ ନିଃଷ୍ପକ୍ଷ ନୁହେଁ । ଏଠାରେ ନିର୍ବାଚନ ସମୟରେ ମୋବାଇଲ ଓ ଇଣ୍ଟନେଟ୍ ସେବା ବନ୍ଦ କରାଯିବା ଓ ହିଂସାକାଣ୍ଡ ଘଟିବାକୁ ନେଇ ଆମେରିକା ଘୋର ନିନ୍ଦା କରିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ