ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

Pakistan's former prime minister Imran Khan (C) arrives to join an anti-government march towards capital Islamabad, demanding early elections, in Gujranwala on November 1, 2022. (Photo by Arif ALI / AFP)

ଏକ ବର୍ଷ ଧରି ଇମ୍ରାନ ଖାନକୁ ଗିରଫ କରିବା ପାଇଁ ଚାଲିଥିବା ଯୋଜନା ସଫଳ ହୋଇଛି । ବିଭିନ୍ନ ମାମଲାରେ ଫସି କୋର୍ଟରୁ ବେଲ ଆଣି ଆଗୁଆ ନିର୍ବାଚନ ପାଇଁ ଆନ୍ଦୋଳନ କରୁଥିବା ଇମ୍ରାନ ଖାନଙ୍କୁ  ଶେଷରେ ଗିରଫ କରାଯାଇଛି ।  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଛି।  ପାକିସ୍ତାନ ରେଞ୍ଜର୍ସ ପୋଳିସ ଇମ୍ରାନ ଖାନଙ୍କୁ ଗିରଫ କରିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ଦୁର୍ନୀତି କରିଥିବା ତାଙ୍କ ନାମରେ ଅଭିଯୋଗ ରହିଛି । ଏହାକୁ ନେଇ ତାଙ୍କୁ କୋର୍ଟ ବାରମ୍ଭାର ହାଜର ହେବାକୁ କହିଛନ୍ତି । ପରେ ପୋଲିସ ତାଙ୍କୁ  ଗିରଫଦାରୀ କରିଛି । ଇମ୍ରାନ ଖାନଙ୍କ ନାଁରେ ଏକାଧିକ ଏଫଆଇଆର ରୁଜୁ ହୋଇଥିଲା। ଏହି ଘଟଣାରେ ସେ ଜାମିନ ପାଇବା ପାଇଁ ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ।