ପାକିସ୍ତାନକୁ ଚୀନ୍‌ର ନାଲି ଆଖି

ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି। ଏହାକୁ ନେଇ ଚୀନ୍ ଏବେ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ଚୀନ୍ କହିଛି ଯଦି ଆମ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ପାକିସ୍ତାନ ସରକାର ସକ୍ଷମ ନୁହନ୍ତି ତେବେ ଆମକୁ ଆମ ନାଗରିକଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଉ।ଚୀନ୍‌ର ମନ୍ତବ୍ୟ ନେଇ ପାକିସ୍ତାନ କହିଛି ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଚୀନ୍ ଚାହୁଁଛି ପାକିସ୍ତାନରେ ଜାରି ରହିଥିବା ଚାଇନା ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଚୀନ୍ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଜର ସୁରକ୍ଷାକର୍ମୀ ନିୟୋଜିତ କରିବ।