ପର୍ଯ୍ୟଟକମାନଙ୍କୁ ପ୍ରବେଶାନୁମତି ଦେଲା ଉତ୍ତର କୋରିଆ

କୋଭିଡ୍‌-୧୯ ମହାମାରୀ ବିସ୍ତାର ଯୋଗୁଁ ୨୦୨୦ ପ୍ରାରମ୍ଭ ସମୟରୁ ଉତ୍ତର କୋରିଆ ତା’ର ସୀମାରେ କଠୋର ଲକ୍‌ଡାଉନ୍‌ ନିୟମ ଜାରି କରିଥିଲା। ଏବେ ମଧ୍ୟ ବିଦେଶୀମାନଙ୍କ ପାଇଁ ସେ ନିୟମ କୋହଳ କରାଯାଇ ନାହିଁ।ଉତ୍ତର କୋରିଆ ସୀମାକୁ ଲାଗିଥିବା ରୁଷ୍‌ର ସୁଦୂର ପୂର୍ବ ଅଞ୍ଚଳ ପ୍ରିମୋସ୍କି କ୍ରାଇର ରାଜ୍ୟପାଳ ଗତ ଡିସେମ୍ବର ମାସରେ ଆଲୋଚନା ପାଇଁ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ୍‌ ଗସ୍ତ କରିବା ପରେ ଭ୍ଲାଦିଭୋସ୍ତୋକ୍‌ସ୍ଥିତ ଏକ ଟ୍ରାଭେଲ୍‌ ଏଜେନ୍‌ସିଦ୍ବାରା ବିଜ୍ଞାପିତ ଏହି ପର୍ଯ୍ୟଟନ ଯାତ୍ରା ଲାଗି ବ୍ୟବସ୍ଥା କରାଯାଇଥିଲା ବୋଲି ଚଳିତ ସପ୍ତାହରେ ‘ଟେଲିଗ୍ରାମ୍‌’ ପୋଷ୍ଟ୍‌ରେ ଆଞ୍ଚଳିକ ସରକାର କହିଛନ୍ତି।ଫେବ୍ରୁଆରି ୯ ତାରିଖରେ ଏହି ୪ଦିନିଆ ପର୍ଯ୍ୟଟନ ଯାତ୍ରା ଆରମ୍ଭ ହେବ। ପର୍ଯ୍ୟଟକମାନଙ୍କ ଲାଗି ପ୍ୟୋଙ୍ଗ୍ୟାଙ୍ଗ୍‌ର କେତେକ ସ୍ଥାନ ଓ ଗୋଟାଏ ସ୍କି ରିସର୍ଟରେ ରହଣି ବ୍ୟବସ୍ଥା କରାଯାଇଛି।ପର୍ଯ୍ୟଟନ ଯାତ୍ରାରେ ସମ୍ପୃକ୍ତ ନ ଥିବା ବେଜିଙ୍ଗ୍‌ସ୍ଥିତ ‘କୋରିଓ ଟୁର୍‌ସ୍‌’ର ଜେନେରାଲ୍‌ ମ୍ୟାନେଜର୍‌ ସାଇମନ୍‌ କୋକେରେଲ୍‌ ନିଉଜ୍‌ ଏଜେନ୍‌ସି ‘ରଏଟର୍ସ’କୁ କହିଛନ୍ତି ଯ, ବିଶେଷ ବ୍ୟବସ୍ଥା କରାଯାଇ ରୁଷୀୟ ପର୍ଯ୍ୟଟକମାନଙ୍କୁ ଉତ୍ତର କୋରିଆ ନିଆଯିବ ବୋଲି ସେଠାରେ ଥିବା ତାଙ୍କ ପାର୍ଟନର୍‌ମାନେ ସୁନିଶ୍ଚିତ କରି କହିଛନ୍ତି।