ନ୍ୟୁୟର୍କର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ

ଆମେରିକାର ନ୍ୟୁୟର୍କରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କର ହାର୍ଲେନରେ ଶୁକ୍ରବାର ଦିନ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିିଥିଲା । ନିଆଁ ଲାଗିବା ହେତୁ ଜଣେ ଭାରତୀୟ ବଂଶଜ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଆମେରିକାରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡରେ ୨୭ ବର୍ଷୀୟ ଜଣେ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁଘଟିଛି । ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ତାଙ୍କୁ ଫଜିଲ ଖାନ ଭାବେ ପରିଚିତ କରାଇଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ସାଙ୍ଗ ଏବଂ ପରିବାର ସହିତ ଯୋଗାଯୋଗ କରୁଛନ୍ତି ।