ନେପାଳରେ ଭୂକମ୍ପ ଝଟକା

ମେଟ୍ରୋ ଟିଭି ଓଡିଶା (୨୩.୬.୨୦୨୨)

ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା। ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ଭୋର ୫ଟା ୧୯ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି।

ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ ନାହିଁ।ଏହାପୂର୍ବରୁ ୨୧ ଜୁନରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ୬.୧ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା। ଅଧିକାରୀଙ୍କ କହିବାନୁଯାୟୀ ଏଥିରେ ପ୍ରାୟ ୧୦୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି। ବହୁ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇ ଯାଇଛି।