ନାଇଜେରିଆରୁ ଆସିଛି ଏକ ବଡ଼ ଖବର । ଏକ ଭୟଙ୍କର ହିଂସାକାଣ୍ଡ ଘଟି ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମଧ୍ୟ ନାଇଜେରିଆରେ ଘଟିଥିବା ଏହି ଘଟଣା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନଥିବା ବେଳେ କିଛି ଲୋକ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିଥିବା କୁହାଯାଉଛି । ୨୪ ଓ ୨୫ ତାରିଖ ଦୁଇ ଦିନରେ ଏତେ ସଂଖ୍ୟକ ଲୋକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।ତେବେ ଆକ୍ରମଣ ହୋଇଥିବା ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଓ ଚାପଗ୍ରସ୍ତ ବୋଲି କୁହାଯାଉଛି । ସେଠାରେ ଅଧିକାଂଶ ସମୟରେ କୃଷକ ଓ ପଶୁପାଳକଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ । ଏହି ଆକ୍ରମଣରେ ଶତାଧିକ ଲୋକଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ କିଛି ମିଡ଼ିଆରେ ପ୍ରଥମେ ଖବର ପ୍ରସାରଣ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଥିଲା ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post