ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ଓ ତାଙ୍କ ଡେମୋକ୍ରାଟିକ୍ ଚ୍ୟାଲେଞ୍ଜର ଜୋ ବାଇଡେନ୍ ପୁଣି ଥରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।ସାଉଥ୍ କ୍ୟାରୋଲିନାର ପୂର୍ବତନ ଗଭର୍ନର ତଥା ଜାତିସଂଘକୁ ପ୍ରାକ୍ତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ରାଷ୍ଟ୍ରଦୂତ ଥିବା ନିକ୍କି ହାଲି ଚାର୍ଲେଷ୍ଟନ୍ ସୁପର ଟିଉଜ୍ଡେ’ରେ ପରାଜୟର ଦିନକ ପରେ ଏହି ଘୋଷଣା କରିଛନ୍ତି। ଚାର୍ଲେଷ୍ଟନ୍ରେ ୧୫ ରିପବ୍ଲିକାନ୍ଙ୍କ ମଧ୍ୟରୁ ୧୪ ଜଣ ଟ୍ରମ୍ପ୍ଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ଭୋଟ ଦେଇଥିଲେ। ୨୦୨୪ ପ୍ରାଇମେରି କ୍ୟାଲେଣ୍ଡରରେ ଏହା ଥଲା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯେଉଁଠି ଏକ-ତୃତୀୟାଂଶରୁ ଅଧିକ ରିପବ୍ଲିକାନ୍ ଡେଲିଗେଟ୍ ଉପସ୍ଥିତ ଥିଲେ।ଏନେଇ ହାଲି କହିଛନ୍ତି, ବର୍ତ୍ତମାନ ନିଜ କ୍ୟାମ୍ପେନ୍ ବନ୍ଦ କରିବା ସମୟ ଆସିଛି। ଏଥିପାଇଁ ସେ ଅନୁତପ୍ତ ନୁହନ୍ତି। ଟ୍ରମ୍ପ୍ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇଛି। କିନ୍ତୁ ସେ ଟ୍ରମ୍ପ୍ଙ୍କୁ ସମର୍ଥନ କରିବା ବିଷୟ ଘୋଷଣା କରିନାହାନ୍ତି। ହାଲି କହିଛନ୍ତି, ଦଳ ଭିତରୁ ଓ ବାହାରୁ ସମର୍ଥନ ଯୋଗାଡ଼କରିବା ଏବେ ଟ୍ରମ୍ପ୍ଙ୍କ କାମ। ଏଥିରେ ସେ ସଫଳ ମଧ୍ୟ ହୋଇପାରନ୍ତି। ତେବେ ଆମେରିକାର ବୈଶ୍ୱିକ ନେତୃତ୍ୱ ବଜାୟ ରଖିବା ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୫୨ ବର୍ଷୀୟା ହାଲି ନିଜ ପ୍ରଚାର ଅଭିଯାନ ବେଳେ ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନ୍ର ଆମତ୍ରକ୍ଷା କ୍ଷେତ୍ରରେ ଆମେରିକାର ସହାୟତା ପ୍ରସଙ୍ଗ ଉଠାଇଥିଲେ। ଦୌଡ଼ରୁ ହାଲି ଓହରିବା ପରେ ତାଙ୍କ ପୂର୍ବତନ ବସ୍ ୭୭ ବର୍ଷୀୟ ଟ୍ରମ୍ପ୍ ଓ ୮୧ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ପୁନର୍ବାର ହ୍ବାଇଟ୍ ହାଉସ୍ ଦୌଡ଼ରେ ସାମ୍ନାସାମ୍ନି ହୋଇଛନ୍ତି। ସର୍ବେକ୍ଷଣ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିମ୍ନ ଅନୁମୋଦନ ରେଟିଂକୁ ଦର୍ଶାଉଛନ୍ତି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post