ଶ୍ରୀଲଙ୍କା ଏବଂ ମରିସସରେ ଭାରତର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସେବା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି । ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ମଧ୍ୟ ଭାଗ ନେଇଛନ୍ତି ।ମୋଦୀ ଏନେଇ କହିଛନ୍ତି କି ‘ନୂଆ ଫିନଟେକ ସେବା ଉଭୟ ଦେଶକୁ ସାହାଯ୍ୟ କରିବ । ୩ ମିତ୍ର ଦେଶଙ୍କ ପାଇଁ ଏହା ଏକ ବିଶେଷ ଦିନ । କାରଣ ଆମେ ନିଜ ଐତିହାସିକ ସମ୍ବନ୍ଧକୁ ଆଧୁନିକ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସହିତ ଯୋଡୁଛନ୍ତି । ମୋତେ ପୂର୍ଣ୍ଣ ବିଶ୍ବାସ, ୟୁପିଆଇ ଯୋଗୁଁ ଶ୍ରୀଲଙ୍କା ଏବଂ ମରିସସକୁ ଫାଇଦା ହେବ ।’ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ(ଏନପିସିଆଇ) ଦ୍ବାରା ବିକଶିତ ୟୁପିଆଇ ମୋବାଇଲ ଫୋନ୍ ମାଧ୍ୟମରେ ବ୍ୟାଙ୍କ ନେଣଦେଣର ସୁବିଧା ପାଇଁ ଏକ ତ୍ବରିତ ବାସ୍ତବିକ ସମୟ ପୈଠ ପ୍ରଣାଳୀ । ଏହା ଦ୍ବାରା ଦୋକାନ ବଜାର କେଉଁଠି ବି ଅନଲାଇନରେ ପୈଠ କରିହୁଏ ଏବଂ ସିଧା ବ୍ୟାଙ୍କ ଆକାଉଣ୍ଟରୁ ଏହି ପୈଠ ହୋଇଥାଏ ।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Prev Post
Next Post