ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍ରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ସୂଚନା ମିଳିବା ପରେ ୫ ଟିମ୍ ସହ ସନ୍ଧାନୀ କୁକୁରମାନଙ୍କୁ ପଠାଯାଇଛି। ଏହାଛଡ଼ା ୬୦୦୦ କ୍ଷମତା ବିଶିଷ୍ଟ ଜରୁରୀକାଳୀନ ଆଶ୍ରୟସ୍ଥଳ ମଧ୍ୟ ନିର୍ମାଣ କରାଯାଉଛି।ଗଣମାଧ୍ୟମ ରିପୋର୍ଟ ମୁତାବକ, ଭୂକମ୍ପ ପରେ ୩୫ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୂକମ୍ପ ଯୋଗୁ ସହରର କିଛି କୋଠା ସହ ରାସ୍ତା ଘାଟ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ପଠାଉଛି।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Prev Post
Next Post