ଥରିଲା ଆଫଗାନିସ୍ଥାନ

ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଆଫଗାନିସ୍ତାନରେ ଗୁରୁବାର ସକାଳ ୫.୪୪ ମିନିଟରେ ଏକ ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଛି। ଏନସିଏସ୍ ତଥ୍ୟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୩୬ ଅକ୍ଷାଂଶ ଏବଂ ଦ୍ରାଘିମା ୭୧.୧୮ ୧୨୪ କିଲୋମିଟର ଗଭୀରତାରେ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ।ଦୁଇ ଦିନ ମଧ୍ୟରେ ଏହା ଆଫଗାନିସ୍ତାନରେ ଦ୍ୱିତୀୟ ଥର ଭୂକମ୍ପ ଘଟିଛି।