ତୃତୀୟ ବିଶ୍ୱଯୁଦ୍ଧ କଥା ଉଠାଇଲେ ବାଇଡେନ, ରୁଷକୁ ଦେଲେ ଚେତାବନୀ

ct-confrontation-between-nato-and-russia-is-world-war-iii-joe-biden

ମେଟ୍ରୋ ଟିଭି ଓଡିଶା (୧୨ .୩ . ୨୦୨୨) :

ଆଜିକୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁହଁରେ ପ୍ରଥମଥର ପାଇଁ ତୃତୀୟ ବିଶ୍ୱଯୁଦ୍ଧର ଶବ୍ଦ ଶୁଣିବାକୁ ମିଳିଛି। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆମେରିକା ଓ ଅନ୍ୟ ପଶ୍ଚିମ ଦେଶଗୁଡ଼ିକୁ ଅନୁରୋଧ କରୁଛି। ହେଲେ କେହି ବି ୟୁକ୍ରେନ ପାଇଁ ଲଢ଼େଇ କରିବାକୁ ଆଗକୁ ଆସୁ ନାହାନ୍ତି। ସମସ୍ତେ କେବଳ ରୁଷ ଉପରେ ସାମରିକ ଓ ଆର୍ଥିକ କଟକଣା ଲଗାଇ ବସି ପଡ଼ିଛନ୍ତି।


ତେବେ କାହିଁକି ଆମେରିକା କିମ୍ବା ନାଟୋ ରୁଷ ବିକ୍ଷରେ ମୋର୍ଚ୍ଚା ସମ୍ଭାଳୁ ନାହିଁ, ତା’ର ଉତ୍ତର ରାଷ୍ଟ୍ରପତି ବାଇଡେନ ଦେଇଛନ୍ତି। ଯଦି ନାଟୋ ଓ ରୁଷ ମଧ୍ୟରେ ଲଢ଼େଇ ହେବ, ତା’ହେଲେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହେବ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ରହିବ। ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି। ଆମେରିକା କେବେ ହେଲେ ୟୁକ୍ରେନରେ ରୁଷ ସହ ସିଧାସଳଖ ଲଢ଼େଇ କରିବ ନାହିଁ। କିନ୍ତୁ ନାଟୋ ଦେଶର ସୁରକ୍ଷା ପାଇଁ କେବେ ବି ପଛଘୁଞ୍ଚା ଦେବନାହିଁ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି। ତେବେ ଆମେ ୟୁକ୍ରେନରେ ରୁଷ ବିରୋଧରେ ଲଢ଼େଇ କରିବୁ ନାହିଁ। ନାଟୋ ଓ ରୁଷ ମଧ୍ୟରେ ସିଧାସଳଖ ଲଢ଼େଇ ହେବାର ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ।

ଏହାକୁ ଯେମିତି ହେଲେ ରୋକିବାକୁ ପଡ଼ିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିନା ଲଢ଼େଇରେ ୟୁକ୍ରେନ ଉପରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଫଳ ହୋଇଛନ୍ତି। ପୁଟିନ ସଶକ୍ତ ମେଣ୍ଟ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଚାହିଁଥିଲେ, କିନ୍ତୁ ସେ ଫେଲ ମାରିଛନ୍ତି। ଆମେ ସବୁବେଳେ ୟୁକ୍ରେନ ସହ ରହିଛୁ। ଗଣତନ୍ତ୍ରର ଉପରେ କେବେ ହେଲେ ଏକଛତ୍ରବାଦ ତା’ର ପ୍ରଭାବ ବିସ୍ତାର କରିପାରିବ ନାହିଁ।

ପୁଟିନ କେବେ ହେଲେ ତାଙ୍କ ଯୋଜନାରେ ସଫଳ ହେବେନି।” ଏହାବାଦ ଆମେରିକା ପକ୍ଷରୁ ରୁଷକୁ ମିଳିଥିବା ଅଧିକ ପସନ୍ଦର ଦେଶ ମାନ୍ୟତା ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଆଗକୁ ରୁଷ ଉପରେ ଆହୁରି ଅଧିକ କଟକଣା ଲଗାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ରୁଷ ଯଦି କେମିକାଲ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବ, ତା’ହେଲେ ଏଥିପାଇଁ ମସ୍କୋକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି।