ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆମ ଏଇ ବିଚିତ୍ର ବ୍ରହ୍ମାଣ୍ଡରେ ଭିନ୍ନଭିନ୍ନ ପ୍ରକାରର ଜୀବ ସବୁ ଦେଖିବାକୁ ମିଳେ । କିଏ କେତେବେଳେ ବିଲୁପ୍ତ ହୁଏ ତ ଆଉ କିଏ ବଂଶ ବିସ୍ତାର କରି ଆଗକୁ ବଢେ । ବିଭିନ୍ନ ପ୍ରାଣୀ,ଜୀବ , ଉଭିଦକୁ ନେଇ ଏ ପୃଥିବୀ ତିଷ୍ଠି ରହିଛି । ଏହି ପରି କିଛି ଅଜବ ପ୍ରାଣୀ ଦେଖାବାକୁ ମିଳେ ଯାହା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଏହି ସବୁ ପ୍ରାଣୀ ମାନଙ୍କର ଶରୀର ବୃଦ୍ଧି ଓ ବିଭିନ୍ନ କ୍ରିୟା ସମ୍ପାଦନ ପାଇ ରକ୍ତର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ଥାଏ । କାରଣ ଜୀବ କୋଷରେ ଦହନଜନିତ ଶକ୍ତି ସୃଷ୍ଟି ପାଇ ଆବଶ୍ୟକ ପଡୁଥିବା ଅମ୍ଲକାନ ଓ ଶରୀର ଗଠନ ପାଇ ଆବଶ୍ୟକ ଥିବା ଖଣିଜସାର ଓ ଭିଟାମିନ୍କୁ ରକ୍ତ ହିଁ ପ୍ରତି ଜୀବ କୋଷ ପାଖରେ ପହଞ୍ଚାଇଥାଏ । ଏହି ରକ୍ତ ସଞ୍ଚାଳନ ପାଇ ପ୍ରତି ଝିବର ହୃତପିଣ୍ଡ ଥିବା ନିହାତି ଆବଶ୍ୟକ ।ଏହି ରକ୍ତ ସଞ୍ଚାଳନ ପାଇ ପ୍ରତ୍ୟେକ ଜୀବର ଗୋଟିଏ ଲେଖାଁଏ ହୃତପିଣ୍ଡ ରହିଥାଏ । ତେବେ ଅକ୍ଟୋପସ ଏଭଳି ଏକ ସାମୁଦ୍ରିକ ଜୀବ ଯାହାର ୩ଟି ହୃତପିଣ୍ଡ ଥାଏ । ସେମାନଙ୍କ ଭିତରୁ ଗୋଟିଏ ହୃତପିଣ୍ଡ ଶରୀରର ବିଭିନ୍ନ ଭାଗକୁ ରକ୍ତ ପହଞ୍ଚାଇବା କାମ କରିଥାଏ ତ ଆଉ ୨ଟି ହୃତପିଣ୍ଡ ରକ୍ତ ତାହାର ଗାଲିସ ପାଖକୁ ପଠାଇ ଅମ୍ଲଜାନ ସଂଗ୍ରହ କରିଥାଏ ।
ସବୁୁଠୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ସବୁ ପ୍ରାଣୀଙ୍କ ରକ୍ତର ରଙ୍ଗ ଲାଲ ହୋଇଥିବା ବେଳେ ଅକ୍ଟୋପସ୍ ରକ୍ତର ରଙ୍ଗ ନୀଳ ହୋଇଥାଏ । କାରଣ ଅମ୍ଲଜାନ ଧାରଣ କରିବା ପାଇ ଆମ ରକ୍ତରେ ଥିବା ହିମୋଗ୍ଳୋବିନରେ ଲୌହ ରହିଥିବା ବେଳେ ଅକ୍ଟୋପସ୍ର ଅମ୍ଲଜାନ ବହନ କରୁଥିବା ହେମୋସିଆସିନ ରାସାୟନିକ ପଦାର୍ଥରେ ତମ୍ବାର ମାତ୍ର ଅଧୀକ ଥିବାର ତାର ରକ୍ତର ରଙ୍ଗ ନୀଳ ହୋଇଥାଏ । ଆମାଜନରେ ଦେଖାଯାଏଥିବା ଅକ୍ଟୋପସର ଗୋଟିଏ ମସ୍୍ତିଷ୍କ ଥିବା ବେଳେ ଆଠଟି ବାହୁ ରହିଥାଏ । ଯାହା ସ୍ୱାଦ ସ୍ପର୍ଶ ବାରିବା ସହ ଗତି ମଧ୍ୟ କରିଥାଏ ।