ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫମରେ ଏକ୍ସ ମାଲିକ ଏଲନ ମସ୍କ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକାର ନେଉଛନ୍ତି। ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କୁ ଟାର୍ଗେଟ କରିଥିଲେ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଲନ ମସ୍କଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ଜୋ ବାଇଡେନଙ୍କ ଅପେକ୍ଷା ଅଧିକ ଅଯୋଗ୍ୟ। ବାଇଡେନଙ୍କୁ ହ୍ବାଇଟ ହାଉସରୁ ଜବରଦସ୍ତ ହଟାଯାଉଛି। ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ରେସ୍ରୁ ଜୋରଜବରଦସ୍ତ ହଟିବାକୁ ବାଧ୍ୟ କରାଯାଇଛି।
ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ କାର୍ଯ୍ୟକାଳ ସମୟରେ କମଲା ହାରିସ ସୀମା ସୁରକ୍ଷା ମୁଖ୍ୟ ଥିଲେ, ଏହା ପରେ ମଧ୍ୟ ସେ ସୀମା ସଙ୍କଟ ବନ୍ଦ କରିପାରି ନ ଥିଲେ। ଯେଉଁ କାରଣରୁ ସାରା ବିଶ୍ୱରୁ ଅପରାଧୀମାନେ ଆମେରିକା ଆସିଥିଲେ। ଅନ୍ୟ ଦେଶର ଲୋକମାନେ ଏହିପରି ଲୋକଙ୍କୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଆମେରିକାରେ ଡ୍ରଗ ଡିଲରମାନେ ଆମ ସୀମାରେ ପ୍ରବେଶ କରୁଛନ୍ତି।ଡୋନାଲ୍ଡ ଟ୍ରମ୍ପଙ୍କ ‘ସାହସ’କୁ ପ୍ରଶଂସା କରି ଏଲନ ମସ୍କ କହିଛନ୍ତି,ସାହସିକତା କଦାପି ମିଥ୍ୟା ନୁହେଁ। କମଲା ହାରିସ ଏବଂ ଜୋ ବାଇଡେନ ଆମେରିକାର ଶତ୍ରୁମାନଙ୍କୁ ଭୟଭୀତ କରିବାରେ ସକ୍ଷମ ହୋଇ ନାହାଁନ୍ତି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post