ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫମରେ ଏକ୍ସ ମାଲିକ ଏଲନ ମସ୍କ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକାର ନେଉଛନ୍ତି। ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କୁ ଟାର୍ଗେଟ କରିଥିଲେ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଲନ ମସ୍କଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ଜୋ ବାଇଡେନଙ୍କ ଅପେକ୍ଷା ଅଧିକ ଅଯୋଗ୍ୟ। ବାଇଡେନଙ୍କୁ ହ୍ବାଇଟ ହାଉସରୁ ଜବରଦସ୍ତ ହଟାଯାଉଛି। ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ରେସ୍ରୁ ଜୋରଜବରଦସ୍ତ ହଟିବାକୁ ବାଧ୍ୟ କରାଯାଇଛି।
ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ କାର୍ଯ୍ୟକାଳ ସମୟରେ କମଲା ହାରିସ ସୀମା ସୁରକ୍ଷା ମୁଖ୍ୟ ଥିଲେ, ଏହା ପରେ ମଧ୍ୟ ସେ ସୀମା ସଙ୍କଟ ବନ୍ଦ କରିପାରି ନ ଥିଲେ। ଯେଉଁ କାରଣରୁ ସାରା ବିଶ୍ୱରୁ ଅପରାଧୀମାନେ ଆମେରିକା ଆସିଥିଲେ। ଅନ୍ୟ ଦେଶର ଲୋକମାନେ ଏହିପରି ଲୋକଙ୍କୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଆମେରିକାରେ ଡ୍ରଗ ଡିଲରମାନେ ଆମ ସୀମାରେ ପ୍ରବେଶ କରୁଛନ୍ତି।ଡୋନାଲ୍ଡ ଟ୍ରମ୍ପଙ୍କ ‘ସାହସ’କୁ ପ୍ରଶଂସା କରି ଏଲନ ମସ୍କ କହିଛନ୍ତି,ସାହସିକତା କଦାପି ମିଥ୍ୟା ନୁହେଁ। କମଲା ହାରିସ ଏବଂ ଜୋ ବାଇଡେନ ଆମେରିକାର ଶତ୍ରୁମାନଙ୍କୁ ଭୟଭୀତ କରିବାରେ ସକ୍ଷମ ହୋଇ ନାହାଁନ୍ତି।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post