ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ମଧ୍ୟ ରାଷ୍ଟ୍ରପତି ପଦ ଲାଗି କମଲାଙ୍କ ସମର୍ଥନ କରିଛନ୍ତି। ନିଜର ‘ଏକ୍ସ’ରେ ପୋଷ୍ଟ କରି ଓବାମା କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଭାବନ୍ତି ଯେ ତାଙ୍କ ବନ୍ଧୁ ଆମେରିକାର ଜଣେ ଭଲ ରାଷ୍ଟ୍ରପତି ହେବେ। ପୂର୍ବରୁ ଓବାମାଙ୍କ ସମର୍ଥନଙ୍କୁ ଅପେକ୍ଷା କରାଯାଇଥିବା ବେଳେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ଓବାମା ଏବଂ ମିଶେଲ ଆମେରିକାର ଉପରାଷ୍ଟ୍ରପତି କମଲାଙ୍କୁ ଫୋନ୍ରେ ହୋଇଥିବା ଆଲୋଚନାର ଏକ କ୍ଲିପ୍ ଶେୟାର କରି କହିଛନ୍ତି, ଏହି ସପ୍ତାହ ଆରମ୍ଭରେ ମୁଁ ମୋର ବନ୍ଧୁ କମଲା ହାରିସଙ୍କୁ ଫୋନ୍ କରିଥିଲି। ଆମେ ତାଙ୍କୁ କହିଲୁ ଯେ ସେ ଆମେରିକାର ଜଣେ ଉଲ୍ଲେଖନୀୟ ରାଷ୍ଟ୍ରପତୀ ହେବେ, ଏଭଳି ଆମେ ଭାବୁଛୁ। ଆମ ଦେଶ ଏବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି, ଏହାକୁ ଦେଖି ଆମେ ସେସବୁ କରିବାକେୁ ଯାଉଛୁ ଯାହାଦ୍ୱାରା ନଭେମ୍ବରରେ ତାଙ୍କ ବିଜୟ ଉପରେ ମୋହର ବାଜିବ। ଆମର ଏହି କାର୍ଯ୍ୟ ସହ ଆପଣ ଯୋଡ଼ି ହେବେ ବୋଲି ଆଶା ବୋଲି ସେ କହିଛନ୍ତି।କହିରଖୁଛୁ, ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ପ୍ରାୟ ୧୦୦ ଦିନ ବାକି। ବାଇଡେନ୍ ନିର୍ବାଚନ ଦୌଡ଼ରୁ ହଟିଯିବା ପରେ ମୁକାବିଲା ରୋଚକ ହେବାରେ ଲାଗିଚି। ରାଷ୍ଟ୍ରପତି ପଦ ଦୌଡ଼ରେ ଡେମୋକ୍ରେଟ୍ ପାର୍ଟି ପକ୍ଷରୁ କମଲାଙ୍କ ନାମ ଆଗରେ ରହିଛି। ଏଣୁ ଅଗଷ୍ଟରେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଆଧିକାରୀକ ଘୋଷଣା ହୋଇପାରେ। ନିର୍ବାଚନ ପୂର୍ବରୁ ହୋଇଥିବା ପୋଲ୍ରେ କମଲା ଟ୍ରମ୍ପଙ୍କୁ ଟପିଥିବା ଦେଖାଯାଇଛି। କହିବାକୁ ଗଲେ ନିର୍ବାଚନରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିପାରେ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post