ଜାପାନରେ ବାତ୍ୟା ‘ଶାନ୍ଶାନ୍’ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ ରଖି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। କାରଣ ଏହି ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଗତି କରୁଛି। ବିପଦପୂର୍ଣ୍ଣ ଅଞ୍ଚଳରେ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ବିମାନ ଏବଂ ରେଳ ଚଳାଚଳ ବନ୍ଦ ହୋଇଯାଇଛି। ୨.୫ ଲକ୍ଷରୁ ଅଧିକ ଘରରେ ବିଦ୍ୟୁତ କାଟ୍ ହୋଇଛି।ଜାପାନର ପାଣିପାଗ ଏଜେନ୍ସି କହିଛି, ‘ଶାନ୍ଶାନ୍’ ଦକ୍ଷିଣ-ପଶ୍ଚିମ କ୍ୟୁସୁ ଦ୍ୱୀପ ନିକଟରେ ପହଞ୍ଚିବା ପରେ କାରଖାନାସବୁ ବନ୍ଦ ହୋଇଯାଇଥିଲା ଏବଂ ଶହ ଶହ ବିମାନ ବାତିଲ କରାଯାଇଥିଲା। ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟରରେ ପହଞ୍ଚିଛି। କେତେକ ଅଞ୍ଚଳରେ ପୂର୍ବରୁ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି, ଯାହାକି ଲଣ୍ଡନ ଏକ ବର୍ଷ ମଧ୍ୟରେ ସମାନ ପରିମାଣର ବର୍ଷା। ୨.୫ ଲକ୍ଷ ଲୋକ ବିଦ୍ୟୁତ ବିନା ଜୀବନଯାପନ କରୁଥିବାବେଳେ କାରଗୁଡିକ ଓଲଟି ପଡିଛି ଏବଂ ଗଛଗୁଡିକ ଉପୁଡ଼ି ଯାଇଛି।
କେନ୍ଦ୍ରୀୟ ଆଇଚି ପ୍ରିଫେକ୍ଟରରେ ଭୂସ୍ଖଳନ ହେତୁ ଏକ ଘର ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଶ୍ଚିମ ଦିଗରେ ଟୋକୁସିମାରେ ଏକ ଛାତ ଭୁଶୁଡ଼ି ପଡ଼ିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଚାରି ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଗୁରୁତର ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ ବିଭାଗକୁ ସତର୍କ କରାଯାଇଛି। ବର୍ତ୍ତମାନ ୨୧୦ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି। ସରକାର କହିଛନ୍ତି ଯେ, ବାତ୍ୟା ଯୋଗୁ ୮ ଲକ୍ଷ ଲୋକଙ୍କୁ ଏଠାରୁ ଅନ୍ୟ ସ୍ଥାନକୁ ପଠାଯିବ।
Trending
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
Prev Post
Next Post