ଜାପାନରେ ଅବତରଣ କରିବା ସମୟରେ ବିମାନରେ ନିଆଁ

ଟୋକିଓ: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି ।  ଅବତରଣ କରିବା ପରେ ବିମାନଟି ଅନ୍ୟ ବିମାନ ସହିତ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଏଥିରେ ଅନ୍ୟ ବିମାନର କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ପ୍ରାଥମିକ ଭାବେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଏନ୍‌ଏଚ୍‌କେ ମିଡିଆ ଏହି ଘଟଣାର ଫୁଟେଜ ପ୍ରକାଶ କରିଛି। ଏଥିରେ ବିମାନର ଝରକା ଏବଂ ଏହାର ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଜାପାନ ଗଣମାଧ୍ୟମ ଅନୁଯାୟୀ, ନିଆଁ ଲାଗିଥିବା ବିମାନର ନଂ ଜେଏଏଲ ୫୧୬। ଏହି ବିମାନ ହକ୍କାଇଡୋରୁ ଉଡାଣ ଭରିଥିଲା। ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୩୬୭ ଜଣ ଯାତ୍ରୀ ଥିଲେ।