ଚର୍ଚ୍ଚାରେ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବାରମ୍ବାର କ୍ୟାମେରା ଆଗରେ ତାଙ୍କର ବାକ୍-ସ୍ଖଳନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏଥର ସେ ଆମେରିକା ଗାଜାପଟିରେ ଆକାଶମାର୍ଗରୁ ଖାଦ୍ୟପୁଡ଼ିଆ ପକାଇବ ବୋଲି କହୁ କହୁ ଗାଜା ସ୍ଥାନରେ ‘ୟୁକ୍ରେନ୍’ ବୋଲି କହିଦେଇଛନ୍ତି। ନିଜ ପାଖରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଉପସ୍ଥିତ ଥିବା ବେଳେ ସେ ଏପରି ଭୁଲ୍ କରିଛନ୍ତି। ପରେ ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି ସାମ୍ବାଦିକମାନଙ୍କୁ ସ୍ପଷ୍ଟ କରିଥିଲେ ଯେ ଜୋ ବାଇଡେନ୍ ତାଙ୍କ ଅଭିଭାଷଣରେ ଗାଜା କଥା କହିଛନ୍ତି। ଆମେରିକା ରାଷ୍ଟ୍ରପତି ତାଙ୍କ ଭାଷଣରେ ଦୁଇ ଥର ୟୁକ୍ରେନ ବୋଲି ଯାହା କହିଛନ୍ତି, ତାହା ପ୍ରକୃତରେ ଗାଜା ହେବ।ବାଇଡେନ୍ ଶୁକ୍ରବାର ହ୍ୱାଇଟ୍ ହାଉସ୍ରେ ମେଲୋନିଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ୮୧ ବର୍ଷୀୟ ରାଷ୍ଟ୍ରପତି ଘୋଷଣା କରିଥିଲେ ଯେ ଆମେରିକା ଗାଜାକୁ ଖାଦ୍ୟ ଓ ଅନ୍ୟ ସହାୟତା ଯୋଗାଉଥିବା ଜୋର୍ଡାନ ଓ ଅନ୍ୟ ଦେଶଗୁଡ଼ିକ ସହିତ ଯୋଗ ଦେବ। ତେବେ ନିଜ ଭାଷଣରେ ସେ ଭୁଲ୍ବଶତଃ ଗାଜା ପରିବର୍ତ୍ତେ ଦୁଇଥର ୟୁକ୍ରେନ ବୋଲି ଉଲ୍ଲେଖ କରିଥିଲେ।