ମେଟ୍ରୋଟିଭିଓଡିଶା(୨.୪.୨୦୨୨):
ଅଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଅଦାନୀଙ୍କୁ ଏକା ସହ ଦୁଇ ଦୁଇଟି ସଫଳତା ମିଳିଛି । ଗୌତମ ଅଦାନୀ ହେଲେ ଏସିଆର ସବୁଠୁ ବଡ଼ ଧନୀ । ଏହା ସହ ଅଦାନୀ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛନ୍ତି । ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଅଦାନୀ ଦ୍ୱିତୀୟ ଭାରତୀୟ ଧନୀ ଯିଏ ଏହି ସଫଳତା ହାସଲ କରିଛନ୍ତି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଅଦାନୀଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରେ ହୋଇଛି ଏବଂ ସେ ଦୁନିଆର ୧୦ ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଗୋଟିଏ ଦିନ ପୂର୍ବର ତୁଳନାରେ ତାଙ୍କର ସମ୍ପତ୍ତି ୨.୪୪ ବିଲିୟନ ଡଲାର ବଢ଼ିଛି ।

ରିଲାଏନ୍ସ ଇଣ୍ଟଷ୍ଟ୍ରୀଜ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୯ ବିଲିୟନ ଡଲାର ରହିଛି ଏବଂ ସେ ଟପ୍ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୁକେଶ ଅମ୍ବାନୀଙ୍କ ରାଙ୍କିଙ୍ଗ ୧୧ ରେ ରହିଛି ।