ଗତ ୮ଦିନ ମଧ୍ୟରେ ଗାଜାର ବିଭିନ୍ନ ସ୍କୁଲ ଉପରେ ଇସ୍ରାଏଲର ଏହା ପଞ୍ଚମ ଆକ୍ରମଣ। ଗାଜାର ସ୍କୁଲ ଉପରେ ହୋଇଥିବା ଏହି ଆକ୍ରମଣର ତଦନ୍ତ ଲାଗି ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି। ମାତ୍ର ଇସ୍ରାଏଲ ସେନା କହିଛି ଯେ ସ୍କୁଲରେ ଆତଙ୍କବାଦୀମାନେ ଆଶ୍ରୟ ନେଇଥିବାରୁ ଏହାକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରାଯାଇଛି। ଅନ୍ୟପଟେ ହମାସ ପରିଚାଳିତ ସାଧାରଣ ସୁରକ୍ଷା ଏଜେନ୍ସି କହିଛି ଯେ ସ୍କୁଲରେ ଯୁଦ୍ଧ ପ୍ରଭାବିତ ଲୋକେ ଆଶ୍ରୟ ନେଇଥିବାବେଳେ ସେମାନଙ୍କ ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଆବୁ ଆରବାନ ସ୍କୁଲ ଜାତିସଂଘ ପରିଚାଳିତ ଏକ ରିଲିଫ୍ ଶିବିର ହୋଇଥିବାବେଳେ ଏହା ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ରହିଛନ୍ତି। ସୂଚନାଯୋଗ୍ୟ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି।
Trending
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
Prev Post
Next Post