କିମ୍ ଜୋଙ୍ଗ ଦେଖାଇଲେ ଯୋଶ୍ , ପରୀକ୍ଷା କଲେ ୨ଟି କ୍ଷେପଣାସ୍ତ୍ର
ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ଅସ୍ତ୍ର ଶସ୍ତ୍ରରେ ନିଜକୁ ଶକ୍ତି ଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ଆଗରେ ନିଜର ଏକ ପରିଚୟ ତିଆରି କରିଛନ୍ତି । ଗଣ ବିଧ୍ୱଂସୀ ଅସ୍ତ୍ର ଶସ୍ତ୍ର ନିର୍ମାଣ କରି ଶତ୍ରୂ ରାଷ୍ଟ୍ର କୁ ଭୟ ଦେଖାଇବା ତାଙ୍କର ମୁଖ୍ୟ କାର୍ଯ୍ୟ । ଶାସମ କ୍ଷମତାରେ ରହିବା ପାଇ ତାଙ୍କ ଆଗରେ ମଣିଷ ଜୀବନ ତୁଛ । ସେ ଶାନ୍ତର ବାର୍ତ୍ତା ଅପେକ୍ଷା ଯୁଦ୍ଧର ବାର୍ତ୍ତା ଦେଇ ସଦା ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ଗତ କିଛି ଦିନ ଅଜ୍ଞାତ ବାସରେ ରହିବା ପରେ ଏବେ ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରି ବିଶ୍ୱ ବାସୀଙ୍କୁ ଆତଙ୍କର ସୂଚନା ଦେଇଛନ୍ତି । ନିଜ ଦେଶକୁ ସଶକ୍ତି କରଣ କରିବା ସହ ବିଶ୍ୱ ଦରବାରରେ ଏକ ବିକାଶଶୀଳ ରାଷ୍ଟ୍ର ରୂପେ ପରିଗଣତି କରିବା ଏହି ଏକଛତ୍ରବାଦୀ ଶାସକର ଲକ୍ଷ୍ୟ ।
ଏହି କ୍ଷେପଣାସ୍ତ୍ର ପରୀକ୍ଷାକୁ ନେଇ ଦକ୍ଷିଣ କୋରିଆ ଏବଂ ଜାପାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ଉତ୍ତର କୋରିଆ ଦ୍ୱାରା ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ସଂଖ୍ୟା ଦୁଇ ସପ୍ତାହ ମଧ୍ୟରେ ୪ କୁ ବୃଦ୍ଧି ପାଇଛି। ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍ସ୍ କହିଛନ୍ତି ଯେ ଉତ୍ତର କୋରିଆ ସୁନାନ ନାମକ ଅଞ୍ଚଳରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏଠାରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ରହିଛି। ଏହି କ୍ଷେପଣାସ୍ତ୍ର କେତେ ଦୂର ଯାଇଛି ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ ସଠିକ୍ ଭାବେ କୌଣସି ସୂଚନା ପ୍ରଦାନ କରି ନାହିଁ।