କତର୍ ଗସ୍ତରେ ଯାଇଥିବା ଜର୍ମାନ୍ ରାଷ୍ଟ୍ରପତି ଫ୍ରାଙ୍କ୍-ୱାଲ୍ଟର୍ ଷ୍ଟାଇନ୍ମାୟର୍ ଦୋହାରେ ଅବତରଣ କରିଥିବା ବିମାନର ଦ୍ବାରରେ ପ୍ରାୟ ୩୦ ମିନିଟ୍ ହାତଜାକି ଠିଆ ହୋଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।ବିମାନ ବନ୍ଦରରେ କତର୍ସ୍ଥିତ ଜର୍ମାନିର ରାଷ୍ଟ୍ରଦୂତ ଓ ‘ମିଲିଟାରି ଅନର୍ ଗାର୍ଡ’ ଉପସ୍ଥିତ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଲା। କତର୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲ୍ତାନ୍ ଅଲ୍-ମୁରାଇଚାଇ ବିମାନ ବନ୍ଦରରେ ନ ପହଞ୍ଚିବା ପର୍ଯ୍ୟନ୍ତ ଔପଚାରିକତା ଆରମ୍ଭ ହୋଇ ପାରି ନ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।କିନ୍ତୁ, ବିଳମ୍ବ ହେଲେ ବି ଜର୍ମାନ୍ ରାଷ୍ଟ୍ରପତି ଷ୍ଟାଇନ୍ମାୟର୍ କତର୍ର ଶାସକ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କ ସହିତ ହେବାକୁ ଥିବା ବୈଠକରେ ପହଞ୍ଚିବା ପାଇଁ ଠିକ୍ ସମୟରେ ବିମାନ ବନ୍ଦରରୁ ବାହାରି ଯାଇଥିଲେ।କତର୍ରେ ମାତ୍ର ୩ ଘଣ୍ଟା ରହଣି ସମୟରେ ରାଷ୍ଟ୍ରପତି ଷ୍ଟାଇନ୍ମାୟର୍ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜର୍ମାନ ନାଗରିକଙ୍କ ମୁକ୍ତି ଉପରେ ଗୁରୁତ୍ବାରୋପ କରିଥିଲେ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Next Post