ଋଷିଆ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣା କରିଛନ୍ତି । ଏହି ଚୁକ୍ତି ପରେ ଋଷିଆ ଓ ୟୁକ୍ରେନ ଆଜି ୧୧୫ ଜଣ ଲେଖାଏଁ କଏଦୀଙ୍କୁ ବିନିମୟ କରିବାକୁ ଯାଉଛନ୍ତି। ୟୁଏଇ ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଛି ବୋଲି ଋଷିଆର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ ରିପୋର୍ଟ କରିଛି ।ୟୁଏଇର ଜଣେ ଅଧିକାରୀ କହିଛନ୍ତି, ଚଳିତ ମାସରେ ୟୁକ୍ରେନ ରୁଷିଆ ଭିତରେ ପଶି ଆକ୍ରମଣ କରିବା ପରେ ଏହା ପ୍ରଥମ କଏଦୀ ବିନିମୟ। ୟୁଏଇ ଅଧିକାରୀ ଜଣକ ନାମ ଗୋପନ ରଖିବା ସର୍ତ୍ତରେ ଏହି କଥା କହିଛନ୍ତି। କାରଣ ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ସାର୍ବଜନୀନ ହୋଇନାହିଁ।ସୂଚନାଥାଉ କି, ଦୁଇ ଦେଶ ମଧ୍ୟରେ ଗତ ଅଢେଇ ବର୍ଷ ଧରି ଚାଲିଥିବା ଶାନ୍ତି ଉଦ୍ୟମ ମଧ୍ୟରେ ଯୁଦ୍ଧବନ୍ଦୀ ଅଦଳବଦଳ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଗତକାଲି ହୋଇଥିବା ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ଥିଲା ।