ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି। ଏକ ବିବୃତିରେ ହମାସ କହିଛି ଯେ ଯଦି ଇସ୍ରାଏଲ ପାଲେଷ୍ଟାଇନର ଅଧିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରୟାସ କରେ ତେବେ ଯୁଦ୍ଧବିରତିକୁ ବୃଦ୍ଧି କରାଯାଇପାରେ। ଇସ୍ରାଏଲ ଏହା ପୂର୍ବରୁ ସୂଚନା ଦେଇସାରିଛି ଯେ, ହମାସ୍ ଯଦି ଅଧିକ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ଚାହିବ, ତେବେ ପ୍ରତି ୧୦ ଜଣ ବନ୍ଧକଙ୍କ ମୁକ୍ତି ପାଇଁ ଅତିରିକ୍ତ ଗୋଟିଏ ଦିନ ଲେଖାଏ ଯୁଦ୍ଧବିରତି ବୃଦ୍ଧି କରାଯିବ।ଇସ୍ରାଏଲର ମୋସାଦ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇସ୍ରାଏଲରେ ତା’ର କତର ପ୍ରତିପକ୍ଷଙ୍କ ସହ ଏକ ବୈଠକର ଆୟୋଜନ କରି ହମାସ୍ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକମାନଙ୍କ ମୁକ୍ତି ବିଷୟରେ ଆଲୋଚନା କରିବା ସହ ଦୋହା ମଧ୍ୟସ୍ଥତାରେ ଯୁଦ୍ଧବିରତିର ସମ୍ଭାବ୍ୟ ସମ୍ପ୍ରସାରଣର ଅନ୍ୟ ବିକଳ୍ପ ଉପରେ ବିଚାରବିମର୍ଶ କରିଥିଲେ। ଗାଜାବାସୀଙ୍କ ପାଖରେ ମାନବିକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁଦ୍ଧବିରତି ପାଇଁ କତର ଓ ଇଜିପ୍ଟ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଅନୁଯାୟୀ ହମାସ୍ ବର୍ତ୍ତମାନ ସୁଦ୍ଧା ୫୮ ଜଣ ବନ୍ଦୀଙ୍କୁ ମୁକ୍ତ କରିଛି।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post