ଦୀର୍ଘ ଏକ ମାସ ହେଲାଣି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ଲଢେଇରେ ଅନେକ ନିରୀହ ଲୋକେ ପ୍ରାଣ ହରାଉଥିବା ବେଳେ ଯୁଦ୍ଧର ସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଅନ୍ୟପଟେ କିଛି ଦେଶ ଇସ୍ରାଏଲ ସପକ୍ଷରେ ରହିଥିବା ବେଳେ ଆଉ କିଛି ଦେଶ ପାଲେଷ୍ଟାଇନ ସପକ୍ଷରେ ରହିଛନ୍ତି । ବିଶେଷ କରି ବିଶ୍ୱର ବହୁ ଇସଲାମିକ ରାଷ୍ଟ୍ର ଇସ୍ରାଏଲର ବିପକ୍ଷରେ ରହିଛନ୍ତି । ତେବେ ଏପର୍ୟ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି) ଏକ ସମ୍ମିଳନୀ ଆୟୋଜନ କରି ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା କରିବାକୁ ଯାଉଛି ସୂଚନା ମୁତାବକ, ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି) ରେ ସାମିଲ ୫୭ଟି ଦେଶକୁ ନେଇ ଏକ ବୈଠକ ଡକାଯାଇଛି । ବୈଠକରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ସାମିଲ ହୋଇଛନ୍ତି। ଏହି ବୈଠକରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡିଛି । ତେବେ ସାଉଦି ଆରବ ପକ୍ଷରୁ ଆୟୋଜିତ ଆଉ ଏକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post