ଆମେରିକାରେ ଗୁଳିକାଣ୍ଡ; ୫ଜଣଙ୍କ ମୃତ୍ୟୁ

tulsa-medical news in America

ମେଟ୍ରୋ ଟିଭି ଓଡିଶା (୨.୬.୨୦୨୨)

ଆମେରିକାରେ ଥମୁନି ଗୁଳିକାଣ୍ଡ । ପୁଣି ଆମେରିକାରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ତୁଲସା ସିଟି ଫ୍ରାନସିସ୍‌ ହସ୍ପିଟାଲ ପରିସରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଦୁର୍ବୃତ୍ତ ସମେତ ୫ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜଣେ ଦୁର୍ବୃତ୍ତ ତୁଲସା ସିଟି ଫ୍ରାନସିସ୍‌ ହସ୍ପିଟାଲ ପରିସରରେ ଆଖିବୁଜା ଗୁଳିଚାଳନା କରିଥିଲା ।

ଦୁର୍ବୃତ୍ତଙ୍କ ଗୁଳିରେ ଘଟଣାସ୍ଥଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।  ପରେ ପାଲଟା ଗୁଳିରେ ଦୁର୍ବୃତ୍ତର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି । କିଛି ଲୋକ ମଧ୍ୟ  ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏପରି ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ଏନେଇ ତଦନ୍ତ ଚାଲିଥିବା ବେଳେ ମୃତ ଦୁର୍ବୃତ୍ତର ମଧ୍ୟ ପରିଚୟ ମିଳିପାରିନାହିଁ ।