ଆଫଗାନିସ୍ତାନରେ ବନ୍ୟା
ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ ଫୁଡ୍ ଏଜେନ୍ସି ଶନିବାର କହିଛି। ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ଅନେକ ବନ୍ୟା ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ବିଶ୍ୱ ଫୁଡ୍ ଏଜେନ୍ସି ପକ୍ଷରୁ ବିସ୍କୁଟ ବଣ୍ଟନ କରାଯାଇଛି। ମୁଖ୍ୟତ ଉତ୍ତର ବାଗଲାନ ପ୍ରଦେଶରେ ଶୁକ୍ରବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।ସେହିପରି ପଡୋଶୀ ତାଖର ପ୍ରଦେଶରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବନ୍ୟାରେ ଅତି କମରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ତାଲିବାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ “ଶହ ଶହ ଲୋକେ… ଏହି ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବାବେଳେ ବହୁ ସଂଖ୍ୟାରେ ଆହତ ହୋଇଛନ୍ତି।