ଆଜି ଇମରାନଙ୍କ ଭାଗ୍ୟପରୀକ୍ଷା

imran-khans-test-in-pakistans-parliament-today-voting-on-no-trust-motion

ମେଟ୍ରୋ ଓଡିଶା (୯.୪.୨୦୨୨ )

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କର ହେବ ଭାଗ୍ୟ ପରୀକ୍ଷା । ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ଭୋଟିଂ ହେବ । ଇମରାନ୍ ସରକାର ରହିବ ନା କ୍ଷମତାଚ୍ୟୁତ ହେବ, ତାହା ଆଜି ସ୍ପଷ୍ଟ ହେବ । ଦିନ ୧୧ଟାରୁ ପାକିସ୍ତାନ ସଂସଦରେ ଏନେଇ ଆଲୋଚନା ଆରମ୍ଭ ହେବ ।

ଅନ୍ୟପଟେ ଅନାସ୍ଥା ଭୋଟ ପୂର୍ବରୁ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ଇମରାନ୍ ଖାନ୍ । ପାକିସ୍ତାନରେ ରାଜନୈତିକ ଅସ୍ଥିରତା ପାଇଁ ଆମେରିକାକୁ ସେ ଦାୟୀ କରିଥିଲେ । ଏହା ସହ ସେ କହିଥିଲେ ଯେ, ‘ବିରୋଧୀ ବିକ୍ରୀ ହୋଇଛନ୍ତି । ପାକିସ୍ତାନର ଭବିଷ୍ୟତ ପାଇଁ ଏହା ଭଲ ନୁହେଁ । ଖୋଲାଖୋଲି ସଂସଦକୁ କିଣା ଯାଉଛି । ପାକିସ୍ତାନ ଗଣତନ୍ତ୍ରକୁ ଖୋଲାଖୋଲି ପରିହାସ କରାଯାଇଛି ।’

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟରେ ମୁଁ ନିରାଶ ବୋଲି ଇମରାନ୍ କହିଥିଲେ । ତାଙ୍କ କହିବା ମୁତାବକ, ‘ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ପାକିସ୍ତାନର ଜନତା ଏକାଠି ହୁଅନ୍ତୁ । ପାକିସ୍ତାନରେ ଯାହା ହେଲା, ତାହା ପୂର୍ବରୁ ଯୋଜନା ହୋଇଥିଲା । ସାହୱାଜ୍ ସରିଫଙ୍କୁ ପୂର୍ବରୁ ସବୁକିଛି ଜଣାଥିଲା । ୪ ମାସ ପୂର୍ବରୁ ଆମେରିକା ଯୋଜନା କରିଥିଲା ।’