ଲାଓ ପିଡିଆର୍ ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଲାଓସ୍କୁ ଯାତ୍ରା ସମୟରେ ଏହି ଟିକେଟ ଜାରି କରାଯାଇଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ଏବଂ ସାଂସ୍କୃତିକ ସମ୍ପର୍କକୁ ଉଜାଗର କରୁଛି ବୋଲି କୁହାଯାଉଛି।ଦେଶର ରାଜଧାନୀ ଭିଏଣ୍ଟିଆନ୍ରେ ଆୟୋଜିତ ଏକ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ଲାଓ ପିଡିଆର୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସାଲେମକ୍ସାଇ କୋମାସିଥ ମିଳିତ ଭାବେ ସ୍ବତନ୍ତ୍ର ସ୍ମାରକପତ୍ର ଡାକ ଟିକେଟ ସେଟ୍ର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।ପ୍ରକାଶ ଯେ, ଭାରତ ଏବଂ ଲାଓ ପିଡିଆର୍ ମଧ୍ୟରେ ବୌଦ୍ଧ ଧର୍ମକୁ ନେଇ ଏକ ମଜଭୂତ ସମ୍ପର୍କ ରହିଆସିଛି। କାରଣ ଲାଓ ପିଡିଆର୍ ହେଉଛି ସେହି ଦେଶ ଯେଉଁଠାରେ ବୌଦ୍ଧ ଧର୍ମର ଉତ୍ପତ୍ତି ହୋଇଥିଲା। ଏଠାରେ ଧର୍ମ ସହ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି, ଯାହା ଦକ୍ଷିଣ ପୂର୍ବ ଏସିଆରେ ଅନୁସରଣ କରାଯାଇଥାଏ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post