ଅଗ୍ନିପଥ ପାଇଁ କେବେ ହେବ ଅଗ୍ନିପରୀକ୍ଷା?୨୪ ଜୁନରୁ ଆରମ୍ଭ ହେବ ନିଯୁକ୍ତି

ମେଟ୍ରୋ ଟିଭି ଓଡିଶା (୧୯.୬.୨୦୨୨)

କେନ୍ଦ୍ର ସରକାରଙ୍କ “ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଜଳୁଛି ନିଆଁ । ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଯୁବଗୋଷ୍ଠୀ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛି । ତେବେ ଅଗ୍ନିବୀରମାନଙ୍କ ଭବିଷ୍ୟତ ପାଇଁ ଏହି ଯୋଜନାରେ ବଡ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି କେନ୍ଦ୍ର ସରକାର ।

ଏହାବ୍ୟତୀତ ୩ ସେନା ମଧ୍ୟରେ ଏକ ବୈଠକ ପରେ ଏ ନେଇ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି । ଏଥିରେ ଅଗ୍ନିବୀର ପାଇଁ ନିଯୁକ୍ତି ନେଇ ସୂଚନା ଦିଆଯାଇଛି ।ଅଗ୍ନିବୀରର ପ୍ରଥମ ବ୍ୟାଚ ଆସନ୍ତା ଡିସେମ୍ବର ସୁଦ୍ଧା ରେଜିମେଣ୍ଟାଲ କେନ୍ଦ୍ରରେ ସାମିଲ କରାଯିବ । ସେହିପରି ଆସନ୍ତାବର୍ଷ ମଧ୍ୟ ଭାଗରେ ସେମାନଙ୍କୁ ନିୟୋଜିତ କରିବା ପାଇଁ ଉପଲବ୍ଧ ହୋଇପାରିବେ । ଅନ୍ୟ ପକ୍ଷରେ ବାୟୁସେନା ମଧ୍ୟ ଏ ନେଇ ଘୋଷଣା କରିଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ନିଯୁକ୍ତିକୁ ନେଇ ଆସିଥିବା କିଛି ନୂଆ ତଥ୍ୟ ।ବିରୋଧ ପରେ ମଧ୍ୟ ସରକାର ଆସନ୍ତା ୨ ଦିନ ମଧ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାଯାଇଛି ।

ଏହି ତାରିଖରେ ଭାରତ – ପାକିସ୍ତାନ ଯୁଦ୍ଧ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ପକ୍ଷରୁ ପରୋକ୍ଷ ଆକ୍ରମଣ ଧାରା ଜାରି ରହିଛି। ଭାରତ ହାତରେ ନମାରି ପାକିସ୍ତାନକୁ ଭାତରେ ମାରିବା ଆରମ୍ଭ କରିଛି। ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତି ବାତିଲ କରାଯାଇଛି। ଏହା ସହିତ କୂଟନୈତିକ ସମ୍ପର୍କ, ଡାକସେବା, ବାଣିଜ୍ୟ ଆଦି ବନ୍ଦ କରାଯାଇଛି। ପ୍ରକୃତ ଆକ୍ରମଣ ପୂର୍ବରୁ ଏସବୁ ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଭାରତ ତଥା ପାକିସ୍ତାନର ପ୍ରସ୍ତୁତି ଦେଖି ଯୁଦ୍ଧ ହେବାର ଆଶଙ୍କା ନେଇ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ନିଶ୍ଚିତ ବୋଲି ଅନୁମାନ କରାଯାଉଛି। ଉଭୟ ପକ୍ଷର ପ୍ରସ୍ତୁତି ଦେଖି ଭାରତରେ ଅବସ୍ଥାପିତ ଥିବା ପୂର୍ବତନ ପାକିସ୍ତାନ ଉଚ୍ଚାୟୁକ୍ତ ଅବଦୁଲ୍ ବାସିତ କହିଛନ୍ତି, ମେ’ ୯ରେ ଅନୁଷ୍ଠିତ ହେବାକୁ ଥିବା ରୁଷିଆର ବିଜୟ ଦିବସ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି।ଭାରତ ପକ୍ଷରୁ ମ‌େ’ ୧୦-୧୧ରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଇପାରେ ‌ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ବିଜୟ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜୟ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ରାଜନାଥଙ୍କ ଗସ୍ତ ମଧ୍ୟ ବାତିଲ କରାଯାଇଛି। ବିଜୟ ଦିବସରେ ପ୍ରତିରକ୍ଷା ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ଭାବ୍ୟ ଆକ୍ରମଣ ପାଇଁ ଭାରତ ପକ୍ଷରୁ ‌ଦେଶର ୨୯୫ ଜିଲ୍ଲାରେ ଯୁଦ୍ଧକାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ମକ୍ ଡ୍ରିଲ୍ ସମୟରେ ନାଗରିକଙ୍କୁ ଯୁଦ୍ଧ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖାଯିବ ସେନେଇ ସଚେତନ କରାଯିବ। ଡ୍ରିଲ୍ ସମୟରେ ୫ ମିନିଟ୍ ପାଇଁ ସାଇରନ୍ ବାଜିବ। ଏଭଳି ସ୍ଥିତି ୧୯୭୧ ପରେ ଦେଶରେ ହେଉଛି।  ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି, ଭାରତ ଯେକୌଣସି ସମୟରେ କଶ୍ମୀରର ନିୟନ୍ତ୍ରଣ ରେଖାରେ ଆକ୍ରମଣ କରିପାରେ

ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ , 3 ମୃତ 5 ଆହତ

ଆମେରିକାରେ ପୁଣି ଥରେ ଏକ ବଡ଼ ଧରଣର ଗୁଳିଚାଳନା ଘଟଣା ସାମନାକୁ ଆସିଛି । ଘଟଣାଟି ଆରିଜୋନା ରାଜ୍ୟର ଗ୍ଲେଣ୍ଡାଲେରେ ଘଟିଛି। ସହରର ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ହେବାରୁ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫ ଜଣ ଆହତ ହୋଇଛନ୍ତି ।

ସ୍ଥାନୀୟ ପୁଲିସ ଅଧିକାରୀ ମୋରୋନି ମେଣ୍ଡେଜ୍ ଘଟଣାସ୍ଥଳରୁ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏଲ୍ କାମାରନ୍ ଗିଗାଣ୍ଟେ ମାରିସ୍କୋସ୍ ଏବଂ ଷ୍ଟେକହାଉସରେ ଗୁଳିକାଣ୍ଡ ହୋଇଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ ୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ୫ ଆହତ ହୋଇଛନ୍ତି ।  ତେବେ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ସୂଚନା ଉପଲବ୍ଧ ହୋଇନାହିଁ। ଏହି ଗୁଳିକାଣ୍ଡରେ ଏକାଧିକ ବନ୍ଧୁକଧାରୀ ସାମିଲ ଥିବା ପୁଲିସ ସଂଦେହ କରୁଛି । ମାତ୍ର ତଦନ୍ତକାରୀମାନେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିନାହାଁନ୍ତି, କିନ୍ତୁ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି।

ଆମେରିକାର ବନ୍ଧୁକ ସଂସ୍କୃତି ସାରା ବିଶ୍ବରେ କୁଖ୍ୟାତ । ଏକ ରିପୋର୍ଟ ଅନୁସାରେ, ଗତ ୫୦ ବର୍ଷ ମଧ୍ୟରେ, ଏହି ବନ୍ଧୁକ ସଂସ୍କୃତି ଯୋଗୁଁ ୧୫ ଲକ୍ଷରୁ ଅଧିକ ଆମେରିକୀୟ ପ୍ରାଣ ହରାଇଛନ୍ତି। ଆମେରିକାର ଜନସଂଖ୍ୟା ପ୍ରାୟ ୩୩ କୋଟି କିନ୍ତୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୪୦ କୋଟିରେ ପହଞ୍ଚିଛି। ଆମେରିକାର ନିୟମ ଅନୁଯାୟୀ, ରାଇଫଲ୍ କିମ୍ବା ଛୋଟ ବନ୍ଧୁକ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଏହା ୨୧ ବର୍ଷ।

ସିରିଆରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ସିରିଆରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହୋଇଥିଲେ କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଯେ, ଏହି ସମୟ ମଧ୍ୟରେ କୌଣସି ସିଧାସଳଖ ସଂଘର୍ଷ ହୋଇନାହିଁ।

ଗତ ବର୍ଷ ସିରିଆରେ ବଶର ଅଲ-ଆସଦ ସରକାରଙ୍କ ପତନ ପରେ, ଉଭୟ ଦେଶ ସେମାନଙ୍କର ସ୍ଥିତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି।

ଗ୍ରୀକ୍ ସିଟି ଟାଇମ୍ସ ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ସିରିଆର ଅନେକ ସାମରିକ ଘାଟି ଉପରେ ବୋମା ମାଡ଼ କରିଛି। ଏହି ଆକ୍ରମଣଗୁଡ଼ିକ ଡାମାସ୍କସ୍ ଏବଂ ହାମା ଅଞ୍ଚଳ ନିକଟରେ କରାଯାଇଥିଲା। ଏହି ସମୟରେ, ତୁର୍କୀ ବିମାନଗୁଡ଼ିକ ଇସ୍ରାଏଲୀ ବିମାନର ନିକଟତର ହୋଇଗଲା।

ଯଦିଓ ଉଭୟଙ୍କ ମଧ୍ୟରେ କୌଣସି ସିଧାସଳଖ ଯୁଦ୍ଧ ହୋଇନାହିଁ, ତଥାପି ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି। ଏହାଯୋଗୁ ଏହି ଅଞ୍ଚଳରେ ଏକ ନୂତନ ଯୁଦ୍ଧର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଛି।

ଇସ୍ରାଏଲ କହିଛି ଯେ, ସିରିଆରେ ଆମର ଆକ୍ରମଣର ଲକ୍ଷ୍ୟ ହେଉଛି ବଶର ଶାସନର ସାମରିକ ସମ୍ପତ୍ତିକୁ ଆତଙ୍କବାଦୀ ଗୋଷ୍ଠୀଙ୍କ ହାତରେ ପଡ଼ିବାରୁ ରୋକିବା। ବଶର ଅଲ-ଆସଦଙ୍କୁ କ୍ଷମତାରୁ ବାହାର କରିବା ପରଠାରୁ ଇସ୍ରାଏଲ ସିରିଆରେ ଘନଘନ ଆକ୍ରମଣ କରିଆସୁଛି।

ତୁର୍କୀ ଏହି ଆକ୍ରମଣଗୁଡ଼ିକୁ କଡ଼ା ସମାଲୋଚନା କରିଛି। ତୁର୍କୀ ପକ୍ଷରୁ ସିରିଆର ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମର୍ଥନ କରାଯାଉଛି। ତୁର୍କୀ ଡାମାସ୍କସ୍ ସହିତ ଏକ ପ୍ରତିରକ୍ଷା ଚୁକ୍ତି କରିବାକୁ ଚେଷ୍ଟା କରୁଛି।

ତୁର୍କୀ ଅଧିକାରୀମାନେ କହିଛନ୍ତି ଯେ, ସିରିଆର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଏକ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ, ତୁର୍କୀ ସିରିଆର ବିମାନ ଘାଟି ଟି-୪ ଏବଂ ହାମାରେ ନିଜର ସୈନ୍ୟ ଏବଂ ବାୟୁ ପ୍ରତିରକ୍ଷା ମୁତୟନ କରିପାରିବ।

ଇସ୍ରାଏଲ ଏହି ବିମାନବନ୍ଦରଗୁଡ଼ିକ ଉପରେ ଅନେକ ଥର ଆକ୍ରମଣ କରିଛି। ସିରିଆରେ ତୁର୍କୀଙ୍କ ବୃଦ୍ଧି ପାଉଥିବା ଉପସ୍ଥିତିକୁ ନେଇ ଇସ୍ରାଏଲ ଚିନ୍ତିତ ରହିଛି। ଇସ୍ରାଏଲ ଅଭିଯୋଗ କରିଛି ଯେ, ତୁର୍କୀ ସିରିଆରେ ନିଜର ପ୍ରଭାବଶାଳୀ ସରକାର ଚାହୁଁଛି। ଏହି ସମୟରେ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗନ୍ କହିଛନ୍ତି ଯେ, ଇସ୍ରାଏଲ ସିରିଆକୁ ଅସ୍ଥିର କରିବାକୁ ଚାହୁଁଛି।

ଭୂମିକମ୍ପରେ ଥରି ଉଠିଛି ଆର୍ଜେଣ୍ଟିନା

ଭୂମିକମ୍ପରେ ଥରି ଉଠିଛି ଆର୍ଜେଣ୍ଟିନା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ମାପ କରାଯାଇଥିଲା। ଭୂମିକମ୍ପର ତୀବ୍ରତାକୁ ବିଚାରକୁ ନେଇ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର ତୀବ୍ର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଲୋକମାନେ ଘରୁ ବାହାରକୁ ଖୋଲା ଆକାଶ ଆଡକୁ ଦୌଡ଼ିବାକୁ ଲାଗିଥିଲେ।

ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଦକ୍ଷିଣ ଆର୍ଜେଣ୍ଟିନାର ଉଶୁଆଇଆର ଦକ୍ଷିଣରେ ୨୧୯ କିଲୋମିଟର ଦୂରରେ ଡ୍ରେକ୍ ପାସେଜରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ତୁରନ୍ତ ସୁନାମି ସତର୍କତା ଜାରି କରାଯାଇଥିଲା, ଯାହା ପରେ ପ୍ରଶାସନ ଲୋକମାନଙ୍କୁ ଉପକୂଳରୁ ଦୂରେଇ ଯାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦପୂର୍ଣ୍ଣ ଲହରି ଆସିବାର ସତର୍କତା ଆମେରିକା ସୁନାମି ସତର୍କତା ପ୍ରଣାଳୀ ଜାରି କରିଛି। ଆର୍ଜେଣ୍ଟିନା ବ୍ୟତୀତ, ଚିଲିର କିଛି ଅଂଶ ମଧ୍ୟ ଏହାର ଅଧୀନରେ ଆସୁଛି।

ଏହି ସମୟରେ, ଚିଲିର ଜାତୀୟ ବିପର୍ଯ୍ୟୟ ନିବାରଣ ଏବଂ ପ୍ରତିକ୍ରିୟା ସେବା କହିଛି ଯେ ସୁନାମି ଆଶଙ୍କା ଯୋଗୁଁ ଦେଶର ଦକ୍ଷିଣ ପ୍ରାନ୍ତରେ ଥିବା ମାଗାଲାନେସ୍ ଅଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଉଛି।

ଅଟାରୀ-ୱାଘା ସୀମାରେ ଫାଟକ ଖୋଲି ଭାରତରେ ଫସି ରହିଥିବା ନାଗରିକଙ୍କୁ ଦେଶକୁ ଫେରାଇନେଲା ପାକିସ୍ତାନ

ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ ଭାରତ ସରକାର ପାକିସ୍ତାନୀମାନଙ୍କର ସ୍ୱଳ୍ପକାଳୀନ ଭିସା ବାତିଲ କରି ଦେଇଥିଲେ। ଏବେ ଭାରତରେ ଫସି ରହିଥିବା ନାଗରିକମାନଙ୍କୁ ଫେରିବାକୁ ଅନୁମତି ଦେବା ସହିତ ପାକିସ୍ତାନ ଶୁକ୍ରବାର ଦିନ ଅଟାରୀ-ୱାଘା ସୀମାରେ ଫାଟକ ଖୋଲି ଦେଇଛି।

ଗୁରୁବାର ସୀମା ବନ୍ଦ୍‌ ଥିବାରୁ ଅନେକ ପାକିସ୍ତାନୀ ନାଗରିକ ଭାରତ ପାର୍ଶ୍ୱରେ ଫସି ରହିଥିଲେ। ସୀମାରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ସୂରଜ କୁମାର ମଧ୍ୟ ଅଛନ୍ତି, ଯିଏ ତାଙ୍କ ବୃଦ୍ଧ ମା’ଙ୍କୁ ହରିଦ୍ୱାର ତୀର୍ଥଯାତ୍ରାରେ ନେବା ପାଇଁ ଭାରତ ଆସିଥିଲେ।

ଗୁରୁବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହନ୍ତି, “ମୁଁ ଦଶ ଦିନ ପୂର୍ବରୁ ୪୫ ଦିନିଆ ଭିସାରେ ଭାରତ ଆସିଥିଲି, କିନ୍ତୁ ମୋତେ ଶୀଘ୍ର ଚାଲିଯିବାକୁ କୁହାଯାଇଥିଲା। ଆଜି ସକାଳ ୬ଟାରେ ଫେରିବା ପାଇଁ ଯେତେବେଳେ ମୁଁ ଅଟାରୀରେ ପହଞ୍ଚିଲି, ସେତେବେଳେ ମୁଁ ଦେଖିଲି ଯେ ଫାଟକଗୁଡ଼ିକ ବନ୍ଦ ଅଛି,”।

ଭାରତରେ ଦୀର୍ଘ ବର୍ଷ ଧରି ରହୁଥିବା ପ୍ରାୟ ୯୦୦ ଲୋକ ଭାରତ ଛାଡ଼ି ପାକିସ୍ତାନ ଯାଇଛନ୍ତି।  ସବୁଠାରୁ ଅଲଗା ହେଉଛି ଓସାମା ନାମକ ଜଣେ ବ୍ୟକ୍ତିଙ୍କ କାହାଣୀ। ସେ ଦୀର୍ଘ ୧୭ ବର୍ଷ ଭାରତରେ ରହିଛନ୍ତି। ଭାରତରେ ବୋର୍ଡ ପରୀକ୍ଷା ଦେଇଛନ୍ତି। ଭାରତ‌ରେ ତାଙ୍କ ଆଧାର କାର୍ଡ ଅଛି ଏବଂ ଏପରିକି ନିର୍ବାଚନରେ ଭୋଟ୍‌ ମଧ୍ୟ ଦେଇଛନ୍ତି।  ଓସାମାଙ୍କ ପ୍ରକୃତ ଘର ଟ୍ବିନ୍‌ସିଟି ରାୱଲପିଣ୍ଡି-ଇସଲାମାବାଦରେ।  ଭାରତ ଛାଡ଼ିଥିବା ୯୦୦ ଲୋକଙ୍କ ମଧ୍ୟରେ ସେ ମଧ୍ୟ ଅଛନ୍ତି।