ୟୁକ୍ରେନ୍‍ ଓ ରୁଷିଆ ଯୁଦ୍ଧରେ ଆମେରିକା ଅସନ୍ତୋଷ, ଚିନ୍ତାରେ ଭାରତ?

volodymyr zelensky putin,biden,modi

ମେଟ୍ରୋ ଟିଭି ଓଡିଶା (୨୫ .୨.୨୦୨୨) :

ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ୟୁକ୍ରେନ୍‍ ଓ ରୁଷର ଯୁଦ୍ଧ । ଏହାରି ଭିତରେ ଉଭୟ ଦେଶର ବହୁ ସୌନିକଙ୍କ ମୃତ୍ୟୁ ହୋଇସାରିଲାଣି । ଘଟଣାକୁ ନେଇ ପଡୋଶୀ ଦେଶ ମଧ୍ୟ ଶାନ୍ତି ଫେରାଇ ଆଣିବାକୁ ଅପିଲ ମଧ୍ୟ କରିଛନ୍ତି । ଘଟଣାକୁ ନେଇ ଆମେରିକାରେ ଦେଖା ଦେଇଛି ଅସନ୍ତୋଷ । ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ହ୍ୱାଇଟ୍‍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ଘଟଣାକୁ ନେଇ ଭାରତ ସହ ଆଲୋଚନା କରିବାକୁ ବିଡେନ କହିଛନ୍ତି । କିଛି ସାମ୍ବାଦିକ ବିଡେନଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନ ଅନୁସାରେ ଭାରତ କ’ଣ ରୁଷ ହମଲାରେ ଆମେରିକା ସହ ଛିଡ଼ା ହେବ ? ଭାରତ ଏବଂ ଆମେରିକା ଏହି କ୍ଷେତ୍ରରେ ସମାନ ନୁହଁନ୍ତି । ରୁଷ ସହିତ ଭାରତର ପୁରୁଣା ବନ୍ଧୁତା ରହିଛି । ବିଗତ ଦଶନ୍ଧି ଧରି ଆମେରିକା ସହିତ ଭାରତର ରଣନୈତିକ ଭାଗିଦାରୀ ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍‍ ।

US President Joe Biden. File Photo: AFP


ବିଡେନ୍‍ ଏହି ଘଟଣାକୁ ନେଇ ଆହୁରି ମଧ୍ୟ କହିଛନ୍ତି । ପୁଟିନ୍‍ ହେଉଛନ୍ତି ଆକ୍ରମଣକାରୀ । ପୁଟି ବର୍ତ୍ତମାନ ସମୟରେ ଯୁଦ୍ଧକୁ ବାଛିଲେ । ଯୁଦ୍ଧର ପରିଣାମ ତାଙ୍କ ଦେଶ ଭୋଗିବ । ତାଙ୍କ ଅର୍ଥନୈତିକ ଉପରେ ପ୍ରତିବନ୍ଦକ ଲାଗାଇବାକୁ ବିଡେନ କହିଛନ୍ତି । ତାହା ସହ ସେ ପୁଣି ଦୋହରାଇଛନ୍ତି ତାଙ୍କ ସୌନ୍ୟବାହିନୀଙ୍କୁ ୟୁକ୍ରେନକୁ ପଠାଇବେ ନାହିଁ। ରୁଷ ଉପରେ ଆର୍ଥିକ କଟକଣା ଲାଗୁ କରାଯିବ ଏବଂ ନାଟୋ ଦେଶଗୁଡିକର ଏକ ଇଞ୍ଚ ଜମିକୁ ସୁରକ୍ଷଦେବେ ବୋଲି ବିଡେନ କହିଛନ୍ତି। ତାହା ସହ ବିଡେନ ପୁଟିନଙ୍କ ସହ ଏନେଇ କଥା ହେବାକୁ ତାଙ୍କର କୌଣସି ଯୋଜନା ନଥିବା ସେ ସ୍ପଷ୍ଟ କରିଛନ୍ତି ।