World ଜୁନ୍ ୨୨ରେ ମୋଦୀ-ବାଇଡେନ ଆଲୋଚନା Last updated May 11, 2023 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନା ହେବ । ଏନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବେ ବାଇଡେନ। ପୂର୍ବରୁ ଆମେରିକା ସହ ଭାରତର ସଂପର୍କ ଭଲ ଥିଲା । ଟ୍ରମ୍ପଙ୍କ ସମୟରେ ଭାରତ ସହ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଥିଲା । ତେବେ ଋଷ -ୟୁକ୍ରେନ ଯୁଦ୍ଧ ପରେ ଭାରତ ଋଷ ଠାରୁ ତେଲ କିଣିବା ପରଠୁ ସଂପର୍କ ଟିକେ ଫିକା ପଡ଼ିଥିବା କୁହାଯାଉଛି । ତେବେ ଏସବୁ ଭିତରେ ମୋଦୀ ଆମେରିକା ଗସ୍ତ କରୁଛନ୍ତି। ମୋଦୀଙ୍କ ଗସ୍ତ ପାଇଁ କେତେକ ସ୍ବତନ୍ତ୍ର ସରକାରୀ ଏବ ବେସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ହ୍ବାଇଟ ହାଉସ୍ ପ୍ରେସ ସଚିବ କାରିଏନ୍ ଜିନ୍ ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି। Share