ମେଟ୍ରୋ ଟିଭି ଓଡିଶା (୨୬ .୨.୨୦୨୨) :
ଦିନେ ଯେଉଁ ୟୁକ୍ରେନ ଋଷିଆର ଅଂଶ ଥିଲା ଆlଜି ରଣକ୍ଷେତ୍ର ପାଲଟିଛି । କିନ୍ତୁ ଏବେ ୟକ୍ରେନକୁ ଶ୍ମଶାନ କରିସାରିଲାଣି ଋଷ । ଯୁଦ୍ଧର ରିପୋର୍ଟିଂ ପାଇଁ ଷ୍ଟୁଡିଓରେ ବିବିସି ଓ୍ୱାର୍ଲଡର ଆଙ୍କର କ୍ୟାରିନ୍ ଜିୟୋନନ୍ ନିଜ ସହଯୋଗୀ ଓଲଗା ମାଲଚବସସ୍କୋ ସହ କଥା ହେଉଥିଲେ । ସେତେବେଳେ ବିବିସିର ୟୁକ୍ରେନୀୟ ସାମ୍ବାଦିକା ଓଲଗା ନିଜ ଘରର ଫଟୋ ଦେଖି ଚିହ୍ନିଥିଲେ । ଯାହା ଋଷ ବୋମାରେ ନଷ୍ଟ ହୋଇଯାଇଥିଲା ।

ଲାଇଭରେ ଆଖିରୁ ଝରିଥିଲା ଲୁହ
ମିରର ଖବର ଅନୁସାରେ, ଷ୍ଟୁଡିଓରେ କ୍ୟାରିନ୍ ଓଲଗାଙ୍କୁ କହିଥିଲେ ଯେ, ଲଢେଇ ଏବେ କିଭ୍ ପାଖାପାଖି ପହଁଚିଛି । ସେତେବେଳେ ଓଲଗା କହିଥିଲେ ଯେ, ସେ ଯେଉଁ ଫଟୋ ଦେଖୁଛନ୍ତି ଏହା ତାଙ୍କ ଘର ହୋଇପାରେ । ତାଙ୍କ ମାଆ ଏକ ମେସେଜ ପଠାଇଥିଲେ । କିନ୍ତୁ ସେ ମାଙ୍କ ପାଖରେ ପହଁଚି ପାରିନଥିଲେ । ଏହାପରେ ଆଉ ଏକ ଫଟୋ ଦେଖି ଓଲଗା ଏହା ତାଙ୍କ ଘର ବୋଲି କହିଥିଲେ । ଯେଉଁଥିରେ ନିଆଁ ଲାଗିଯାଇଥିଲା । ସେଠାରେ ତାଙ୍କର ପରିବାର ରହୁଥିଲେ । ତେବେ ଓଲଗା ତାଙ୍କ ଘର ଉପରେ ବୋମା ପଡିଥିବା ଜାଣିବାକୁ ପାଇଥିଲେ । ଲାଇଭ ସୋରେ ହିଁ ତାଙ୍କ ଆଖିରୁ ଲୁହ ଝରି ପଡିଥିଲା । କିନ୍ତୁ ବୋମାମାଡ ବେଳେ ତାଙ୍କ ପରିବାର ଲୋକେ ଘର ଖାଲି କରିଦେଇଥିବାରୁ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିଲେ ।