ମେଟ୍ରୋ ଓଡିଶା (୯ .୩ . ୨୦୨୨):
ୟୁକ୍ରେନ ଓ ରୁଷ ଯୁଦ୍ଧ ୧୪ ଦିନ ରେ ପହଂଚିଛି | ଉଭୟ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରିରହିଛି । ଯୁଦ୍ଧରେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି ୟୁକ୍ରେନ |ଏହାରି ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ସାମୟିତ ଯୁଦ୍ଧବିରତି ଘୋଷଣା କରିଛି ରୁଷ ।

ୟୁକ୍ରେନର ୫ଟି ସହର ଯଥା- ଚେରନିଭ, ସୁମି, ଖାରକିଭ, ମାରିଉପଲ, ଜାପୋରିଝଝିଆରେ ଯୁଦ୍ଧ ବିରତି ହୋଇଛି । ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ରୁଷିଆ ପକ୍ଷରୁ ସାମୟିତ ଯୁଦ୍ଧ ବନ୍ଦ କରାଯାଇଛି । ମାନବ କରିଡର ବ୍ୟବସ୍ଥା ଜରିଆରେ ଉଦ୍ଧାର ପାଇଁ ଏହି ଯୁଦ୍ଧବିରତି ଦିଆଯାଇଛି । ଭାରତୀୟ ସମୟ ଦିନ ୧୨ଟା ୩୦ରୁ ଏହା ଲାଗୁ ହେବ ।