ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :
ସୁଗିଲାଣି ବିସ୍ଫୋରଣର ର ଶବ୍ଦ। ଧ୍ୱଂଶ ଲୀଳା ରଚିଛି ଋଷି । ଋଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଦେଇଛି। ଏହାରି ଭିତରେ ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ। ବିମାନ ଉଡାଣ ଉପରେ ରୋକ ଲଗାଯିବା ପରେ ଯାତ୍ରୀଙ୍କୁ ନନେଇ ଅଧାରୁ ଫେରିଛି ଭାରତୀୟ ବିମାନ। ଆଜି ସକାଳେ ୧୮୨ ଭାରତୀୟ ନାଗରିକ ୟୁକ୍ରେନରୁ ଫେରିଥିଲେ । ସକାଳ ୭ଟା ୪୫ ମିନିଟରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ ।

ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ସ୍ୱତନ୍ତ୍ର ବିମାନ ଯୋଗେ ୧୮୨ ଭାରତୀୟ ନାଗରିକ ଭାରତ ଫେରିଛନ୍ତି । ଋଷିଆର ଆକ୍ରମଣ ପରେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛି ୟୁକ୍ରେନ। ଆମେ ନିଜର ରକ୍ଷା କରିପାରିବୁ । ଯୁଦ୍ଧରେ ବିଜୟୀ ହେବୁ ବୋଲି କହିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ । ୟୁକ୍ରେନବାସୀଙ୍କୁ ଘରେ ରହିବାକୁ କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ମିସାଇଲ ଆକ୍ରମଣରୁ ବର୍ତ୍ତିବା ପାଇଁ ନିକଟସ୍ଥ ଆଶ୍ରୟ ସ୍ଥଳୀ ଆଶ୍ରୟ ନେବାକୁ କୁହାଯାଇଛି। ଏୟାରପୋର୍ଟକୁ ଖାଲି କରିଦିଆଯାଇଛି।

ସେପଟେ ୟୁକ୍ରେନ ଉପରକୁ ୩ ପଟରୁ ଆକ୍ରମଣ କରୁଛି ଋଷ। କିଭ ଓ ଖାରକିଭ ସ୍ଥିତ ମିଲିଟାରୀ ବେସ୍ ଉପରେ ମିସାଇଲ ଆଟାକ୍ କରିଛି ଋଷିଆ। ୟୁକ୍ରେନର ବହୁ ସହରରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ୟୁକ୍ରେନ ଉପରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଲଗାତର ଆକ୍ରମଣ କରୁଛି ଋଷିଆ। ୟୁକ୍ରେନ ସେନାକୁ ଆତ୍ମସର୍ମପଣ କରିବାକୁ ପୁଟିନ ଆହ୍ଵାନ ଦେଇଛନ୍ତି ।

ୟୁକ୍ରେନ୍କୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ୟୁକ୍ରେନ୍ ନ ମାନିଲେ ଯୁଦ୍ଧ ହିଁ ହେବ । ଘଟଣାରେ କେହି ହସ୍ତକ୍ଷେପ କଲେ ପରିଣାମ ଭୋଗିବ ବୋଲି ପୁଟିନ ଚେତବାନୀ ଦେଇଛନ୍ତି । ଆମ ଦେଶ ଓ ଲୋକଙ୍କୁ ଧମକ ଦେଲେ ପରିଣାମ ଭୟାବହ ହେବ । ‘ଋୁଷ ତୁରନ୍ତ ଜବାବ ଦେବାକୁ ଆଦୌ ପଛଘୁଞ୍ଚା ଦେବନି’ । ‘ଏପରି ଭୋଗିବେ ଯାହା ପୂର୍ବରୁ କେବେ ଇତିହାସରେ ଭୋଗି ନଥିବେ ବୋଲି ପୁଟିନ କହିଛନ୍ତି।