ମେଟ୍ରୋ ଓଡିଶା (୧୦ .୩ . ୨୦୨୨) :
ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୧୫ ଦିନ ପୂରିଲାଣି। ଏହା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଚାଲି ଯାଉଛନ୍ତି । ଆଗକୁ କେଉଁ ଭଳି ସ୍ଥିତି ଉପୁଜିବ ତା କହିବା କାଠିକର ପାଠ । ତେବେ ଏହା ମଧ୍ୟରେ ୟୁକ୍ରେନରୁ ଏକ ଭିଡିଓ ସାମନାକୁ ଆସିଛି, ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ । ଏକ ଚେକ୍ ପଏଣ୍ଟରେ ଜଣେ ଯବାନ ନିଜ ପ୍ରେମିକାକୁ ମୁଦି ଓ ଫୁଲତୋଡା ଦେଇ ପ୍ରେମ ନିବେଦନ କରିଛନ୍ତି । ଦେଖନ୍ତୁ ଭିଡିଓ…ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ୟୁକ୍ରେନ୍ ସେନା ଏକ ଚେକ୍ ପଏଣ୍ଟରେ ଗାଡ଼ିଗୁଡ଼ିକୁ ଚେକିଂ କରୁଛି।

ସେହି ସମୟରେ ସେଠାରେ ଏକ କାର ଅଟକୁଛି ଓ ଯୁବତୀ ବାହାରକୁ ଆସୁଛନ୍ତି। ସେ କାର ଆଡ଼କୁ ମୁହଁ କରି ଠିଆ ହୋଇଥିବା ବେଳେ ଯବାନ ଜଣକ ଅଚାନକ ରାସ୍ତା ଉପରେ ଆଣ୍ଠେଇକି ତାଙ୍କୁ ପ୍ରପୋଜ୍ କରୁଛନ୍ତି। ଯବାନଙ୍କର ଏହି ଅନ୍ଦାଜ ପୂରା ମାହୋଲ୍କୁ ବଦଳାଇ ଦେଇଛି। ସବୁ ସୈନିକ ମିଶି ତାଳି ବଜାଉଛନ୍ତି। ପରେ ଯୁବତୀ ଉକ୍ତ ଯବାନଙ୍କୁ କୋଳେଇ ନେଉଥିବା ଦେଖାଯାଇଛି। ଇତି ମଧ୍ୟରେ ଏହି ଭିଡିଓକୁ ୧.୨ ମିଲିୟନ୍ରୁ ଅଧିକ ଲୋକ ଦେଖିସାରିଲେଣି। ୧.୫୦ ମିନିଟ୍ର ଏହି ଭିଡିଓକୁ ସୋସିଆଲ ମିଡିଆ ୟୁଜର ଖୁବ୍ ପସନ୍ଦ କରୁଛନ୍ତି। ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଏହି ପ୍ରେମଭରା ଭିଡିଓ ସମସ୍ତଙ୍କ ମନ ଖୁସି କରି ଦେଇଛି।